ବରଗଡ଼ ଜିରା ନଦୀର ପୁନରୁଦ୍ଧାର ପାଇଁ ବ୍ୟାପକ ହେବ ଆନ୍ଦୋଳନ...
ବରଗଡ଼,୦୩/୦୩ : ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ଜୀରା ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଜୀରା ଗୋଲ ଟେବୁଲ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି।ରାଜନୈତିକ ଦଳର ନେତା, ସଚେତନ ନାଗରିକ,ସାମାଜିକ କର୍ମୀ, ଆଇନଜୀବୀ, ସାମ୍ବାଦିକ,ଯୁବ ସମାଜ, ମହିଳା ପ୍ରମୁଖ ଯୋଗ ଦେଇ ଜୀରା ନଦୀ ର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ନିଷ୍ପତି ନେଇଛନ୍ତି।
Ad..
ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ଜିଲ୍ଲା ସଂଯୋଜକ ଶ୍ରୀ ପାଣ୍ଡବ କର୍ଣ୍ଣ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକ ରେ ଯୋଗ ଦେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ ଜୀରା ନଦୀରେ ସାଂପ୍ରତିକ ସମସ୍ୟା ଓ ସଙ୍କଟ ବିଷୟରେ ଅବତାରଣା କରିବା ସହିତ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମ ରୁ ନଦୀ କୁ ମୁକ୍ତ କରିବା ପାଇଁ ବରଗଡ଼ ବlସୀ ଙ୍କୁ ଆହ୍ବାନ ଦେଇଥିଲେ।
ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଜୀରା ନଦୀର ଆନିକଟ ନିର୍ମାଣ ର ପ୍ରସ୍ତାବ ଖୁବ୍ ଶୀଘ୍ର ହେବ ବୋଲି ଚିରାଚରିତ ପ୍ରତିଶ୍ରୁତି ଦେବା ସହିତ ନଦୀର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି କହିଥିଲେ। ବରଗଡ଼ ରେ ଥିବା ଜଳାଶୟ ଗୁଡିକ ଏବେ ପୋତି ହୋଇଗଲାଣି ଓ ଅନେକ ଜମି ମାଫିଆ ମାନଙ୍କ କବଜା କୁ ଚାଲିଗଲାଣି।
ସେଶବୁର ପୁନରୁଦ୍ଧାର ପାଇଁ ସେ ସମସ୍ତ ପ୍ରକାରର ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପୌର ପରିଷଦର ଅଧ୍ୟକ୍ଷା କଳ୍ପନା ମାଝୀ ଯୋଗଦାନ ଦେଇ ସହର ର ବର୍ଜ୍ୟ ବସ୍ତୁ ର ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଜୀରା ନଦୀ ଛତିଶଗଡ଼ ରୁ ବାହାରି ୧୬୪ କିମି ଧରି ପ୍ରବାହିତ ହୋଇ ମହାନଦୀ ରେ ମିଶିଛି । ୫୬୮୫ ବର୍ଗ କିଲୋମିଟର ହେଉଛି ଏହାର ଏହାର ଅବବାହିକା । ଜୀରା କୁ ପୁନରୁଦ୍ଧାର କରି ଏହାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ପାଈ ଏହାର ଅବବାହିକା ର ସ୍ବାସ୍ଥ୍ୟ ଓ ପରିବେଶ କୁ ସୁସ୍ଥ ରଖିବା ଦରକାର।
ସେଥିପାଇଁ ଅବବାହିକାରେ ଜଳ ସଂରକ୍ଷଣ ସହିତ ବ୍ୟାପକ ବୃକ୍ଷ ରୋପଣ ଉପରେ ସରକାରଙ୍କୁ ନିବେଦନ କରାଯାଇଥିଲା। ସହର ର ପ୍ରଦୂଷିତ ପାଣି କୁ ନଦୀ କୁ ସିଧସଳଖ ଭାବରେ ନଛାଡ଼ି ଏସ ଟି ପି ଦ୍ଵାରା ବିଶୋଧନ କରି ଛାଡ଼ିବାକୁ ବୈଠକ ରେ ପ୍ରସ୍ତାବ ଦିଆ ଯାଇଥିଲା ।
ନଦୀରୁ ବାଲି ଉତ୍ତୋଳନ ବନ୍ଦ କରିବା ସହିତ ନଦୀ ପଠା ଓ ଶଯ୍ୟା କୁ ଜବର ଦଖଲ ରୁ ମୁକ୍ତ କରିବା ପାଇଁ ମଧ୍ୟ ବୈଠକ ରେ ପ୍ରସ୍ତାବ ପାରିତ ହୋଇଥିଲା । ଦୟା ନଦୀ ସୁରକ୍ଷା ଅଭିଯାନ ର ଆବାହକ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଏହି ବୈଠକ ରେ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ। ଶେଷରେ ଚାଷୀ ନେତା କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆସନ୍ତା ଦିନରେ ବରଗଡ଼ ର ଜୀବନ ଜିରା ନଦୀ କୁ ବଞ୍ଚାଇ ରଖିଲେ ବରଗଡ଼ ଜିବୀତ ହୋଇ ରହିବ ବୋଲି ହୃଦବୋଧ କରିପାରି ଥିବା ରୁ ଆବାହକ ପାଣ୍ଡବ କର୍ଣ୍ଣ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଥିଲେ।
Report : Bijay ku sahu
Edited by k.s thakur...


