ବହୁ ପ୍ରତିକ୍ଷିତ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ...

ବହୁ ପ୍ରତିକ୍ଷିତ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ...


(ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚର ପାରିବାରିକ ବନ୍ଧୁ ମିଳନ..)

ବରଗଡ଼,୧୬/୦୨ :  ଆଜି ରବିବାର ଦିନ ସତ୍ୟ ନାରାୟଣ ପଣ୍ଡାଙ୍କ ଆବାହକତ୍ବରେ ଏବଂ ଗୋବିନ୍ଦ ଦାଶ ଓ ନିର୍ମଳ କିଶୋର କରଙ୍କ ନେତୃତ୍ବରେ ବରଗଡ଼ ଉପକଣ୍ଠ ଆମସଢା ନିକଟସ୍ଥ ଲା-ଫ୍ଲୋରା ପ୍ରାକୃତିକ ଉଦ୍ୟାନରେ ବରଗଡ଼ର ସର୍ବପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ୧୯୭୫ ମେଟ୍ରିକ୍ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।

Ad..


୧୯୭୫ ରୁ ୨୦୨୫ ଏହି ପଚାଶ ବର୍ଷରେ ଏବେ ସମସ୍ତେ ୬୫/୬୬ ବର୍ଷୀୟ ବରିଷ୍ଠ ନାଗରିକ। ଇତି ମଧ୍ୟରେ କେତେକଙ୍କ ସ୍ଵର୍ଗବାସ ହୋଇ ଯାଇଥିବାରୁ ଏବଂ ଆମକୁ ପାଠ ପଢାଉଥିବା କେତେକ ଶିକ୍ଷକ ଙ୍କ ସ୍ବର୍ଗବାସ ହୋଇଯାଇଥିବାରୁ ସେମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। 

     Ad..


ନୂଆଦିଲ୍ଲୀ ,କଟକ, ଭୁବନେଶ୍ଵର , ଜଗତସିଂହପୁର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ତଥା ସମଗ୍ର ଓଡିଶା ଓ ରାଜ୍ୟ ବାହାରୁ ବହୁ ଦୂରଦୂରାନ୍ତରୁ ଆସିଥିବା ବନ୍ଧୁମାନଙ୍କ ସହିତ ପଢାବେଳର କଥା ମନେପକାଇ ସମସ୍ତେ ଭାବବିହ୍ୱଳ ହୋଇ ଯାଇଥିଲେ।

ଆଜି ପର୍ଯ୍ୟନ୍ତ ଜର୍ଜ ହାଇସ୍କୁଲର କୈାଣସି ମେଟ୍ରିକ୍ ବ୍ୟାଚର କେବେହେଲେ ଏତେ ସଂଖ୍ୟକ ସାଙ୍ଗମାନଙ୍କ ଏକଜୁଟ ହେବା ଏହା ବୋଧହୁଏ ବରଗଡ଼ରେ ପ୍ରଥମ।

ଏ ସମସ୍ତଙ୍କୁ ଏକଜୁଟ କରାଇବାରେ ସତ୍ୟ, ଅଭୟ, ନିର୍ମଳ, ଗୋବିନ୍ଦ, କୃଷ୍ଣ ଓ ଲଳିତ ଆଦି ଅହରହ ପ୍ରୟାସ ଜାରି ରଖିଥିଲେ। ଏମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଅଛି। 

ଏହା ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା। ଆଗାମୀ ଦିନରେ ଏହିଭଳି ଭାବରେ ପ୍ରତିବର୍ଷ ପାରିବାରିକ ବନ୍ଧୁମିଳନ ଜାରି ରଖିବାକୁ ସମସ୍ତେ ମତବ୍ୟକ୍ତ କରିଥିଲେ।ଆସନ୍ତା ବର୍ଷ ଏକ ନିଆରା ଢଙ୍ଗରେ ସୁବର୍ଣ୍ଣ ଜୟନ୍ତି - ୨ ପାଳନ କରାଯିବ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post