ରାଜଧାନୀର କାନ୍ଥରେ ଅଙ୍କିତ ପଶ୍ଚିମ ଓଡ଼ିଶାର ସୁରୀ ମାନଙ୍କ ଚିତ୍ର ତଳେ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ସମାଜସେବୀଙ୍କ ମୁଖ୍ଯମନ୍ତ୍ରୀଙ୍କୁ ନିବେଦନ...

ରାଜଧାନୀର କାନ୍ଥରେ ଅଙ୍କିତ ପଶ୍ଚିମ ଓଡ଼ିଶାର ସୁରୀ ମାନଙ୍କ ଚିତ୍ର ତଳେ ନାମରେ ଥିବା ତ୍ରୁଟି ସଂଶୋଧନ ପାଇଁ ସମାଜସେବୀଙ୍କ ମୁଖ୍ଯମନ୍ତ୍ରୀଙ୍କୁ ନିବେଦନ...


ବରଗଡ଼/ଭୁବନେଶ୍ଵର,୨୫/୦୨ : ଆମେ ଆନ୍ତର୍ଜାତିକ ମାତୃ ଭାଷା ଦିବସ ପାଳନ କରିବା ସୁଖକର କଥା । ଭାଷାର ଅଭିବୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ ହେବା ପ୍ରତ୍ୟେକ ସଚେତନ ନାଗରିକର କର୍ତ୍ତବ୍ୟ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଦିବସରେ ଏକ ଗମ୍ଭୀର ପ୍ରସଙ୍ଗକୁ ନେଇ ସଚେତନ କରାଇଛନ୍ତି ବରଗଡ଼ରୁ ପ୍ରକାଶିତ ପାକ୍ଷିକ ଖବର କାଗଜର ସମ୍ପାଦକ ତଥା ବିଶିଷ୍ଟ ସାମାଜିକ କର୍ମୀ ସଞ୍ଜୀବ କୁମାର ମହାପାତ୍ର। 

Ad..


ରାଜଧାନୀ ଭୁବନେଶ୍ବର ସହରର ରାସ୍ତାରେ ଯାଉଥିବା ବେଳେ ହଠାତ ତାଙ୍କ ନଜର ପଡ଼ିଥିଲା ରାଜଭବନ ପାଚେରୀ କାନ୍ଥ ଉପରେ । ଉକ୍ତ ପାଚେରୀ କାନ୍ଥରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବୀରପୁତ୍ର ଓ ବରପୁତ୍ରମାନଙ୍କ ରଙ୍ଗୀନ ଫୋଟୋଚିତ୍ର ଅଙ୍କନ କରାଯାଇଛି ଏବଂ  ଫୋଟୋଚିତ୍ର ତଳେ ସେମାନଙ୍କ ନାମ ମଧ୍ୟ ଲେଖାଯାଇଛି । କିନ୍ତୁ ଉକ୍ତ ଫୋଟୋ ଗୁଡ଼ିକରେ ଗୁରୁତର ତ୍ରୁଟି ରହିଥିବାର ସେ ଦେଖିବାକୁ ପାଇଥିଲେ  । 

     Ad..


ବରଗଡ ଜିଲ୍ଲାର ତିନି ଜଣ ମହାନ ପ୍ରତିଭା ଯଥା ସମ୍ବଲପୁରୀ ବସ୍ତ୍ର ଭଣ୍ଡାରର ପ୍ରତିଷ୍ଠାତା କୃତାର୍ଥ ଆଚାର୍ଯ୍ୟ, ସମଲେଇପଦର ଗ୍ରାମର ମହାନ ସ୍ଵାଧୀନତା ସଂଗ୍ରାମୀ ପାର୍ବତୀ ଗିରି, ବରଗଡ଼ର ଅନ୍ୟତମ ମହିଳା ସ୍ଵାଧୀନତା ସଂଗ୍ରାମୀ ପ୍ରଭାବତୀ ଦେବୀ ତଥା ପ୍ରଖ୍ୟାତ କାବ୍ୟ "ପଏର୍ଚ୍ଛା ସତୀ"ର କବି ଖଗେଶ୍ବର ସେଠ ପ୍ରମୁଖଙ୍କ ନାମକୁ ସଠିକ୍ ଭାବରେ ଲେଖାଯାଇ ନାହିଁ। 

ଭୁଲ ଲେଖା ଯାଇଥିବାରୁ ଏଗୁଡ଼ିକର ଉଚ୍ଚାରଣ ମଧ୍ୟ ବିକୃତ ହେଉଛି । ଫଳରେ ଏହି ମହାପୁରୁଷଙ୍କ ପ୍ରତି ଏହା ଅପମାନ ଅଟେ ବୋଲି ଆଲୋଡନ ସୃଷ୍ଟି ହୋଇଛି । ପ୍ରକୃତରେ ମହାପୁରୁଷଙ୍କ ଏହି ଫୋଟୋ ଚିତ୍ରସବୁ ଭୁବନେଶ୍ୱର ନଗର ମଧ୍ୟରେ ଶୋଭା ପାଇବା ଗୌରବର ବିଷୟ ଅଟେ କିନ୍ତୁ ଯୁବବର୍ଗ, ଛାତ୍ରଛାତ୍ରୀ ତଥା ବାହାର ରାଜ୍ଯ ତଥା ଦେଶରୁ ଆସୁଥିବା ଲୋକଙ୍କ ପାଖକୁ ଭୁଲ ସୂଚନା ନ ଯାଉ।

ତେଣୁ ଏହାକୁ ସମାଲୋଚନା କରିବା ବଦଳରେ ତ୍ରୁଟି ସଂଶୋଧନ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଲେ ଏହି ମହାନ ପ୍ରତିଭା ମାନଂକ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପୂଜ୍ୟପୂଜାକୁ ଅଗ୍ରାଧିକାର ଦେଉଥିବା ସମାଜସେବୀ ତଥା ସଂଗଠକ ସଞ୍ଜୀବ ମହାପାତ୍ର ମୁଖ୍ଯମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ମିଶ୍ରଙ୍କ ପାଖରେ ନିବେଦନ କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post