ପଦ୍ମପୁର ସହରରେ ପାନୀୟ ଜଳ ଘୋର ସମସ୍ୟା : ଦୁଇଜଣ ଆଇ ଏ ଏସ୍ ଅଧିକାରୀ ଥାଇ ମଧ୍ୟ ବିକଳ୍ପ ସମାଧାନ ନାହିଁ ?

ପଦ୍ମପୁର ସହରରେ ପାନୀୟ ଜଳ ଘୋର ସମସ୍ୟା : ଦୁଇଜଣ ଆଇ ଏ ଏସ୍ ଅଧିକାରୀ ଥାଇ ମଧ୍ୟ ବିକଳ୍ପ ସମାଧାନ ନାହିଁ ? 


ବରଗଡ଼,୦୬/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବା ସମସ୍ୟା କୁ ନେଇ ଦିନ କୁ ଦିନ ସହରରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗୁଛି। ପଦ୍ମପୁର ଉପଖଣ୍ଡ ସଦର ମହକୁମା ଠାରେ ଦୁଇ ଦୁଇ ଜଣ ଆଇ ଏ ଏସ୍ ନିଯୁକ୍ତି ହୋଇଥିବା ବେଳେ ଖୋଦ ପଦ୍ମପୁର ସହରର ଜଳ କଷ୍ଟ କୁ ଅନୁଧ୍ୟାନ ନ କରି କାହିଁକି ଫେଲ ମାରିଲେ ତାହା ଏବେ ଉପର ମହଲରେ ଆଲୋଚନା ର ବିଷୟ ପାଲଟିଛି। 

             Ad..


ଅତିରିକ୍ତ ଜିଲ୍ଲାପାଳ ଆଇ ଏ ଏସ୍ ଓ ଉପଜିଲ୍ଲାପାଳ ମଧ୍ୟ ଜଣେ ଆଇ ଏ ଏସ୍ ଅଛନ୍ତି ହେଲେ ପଦ୍ମପୁର ସହରରେ ଜଳ ସମସ୍ୟା ଗମ୍ଭୀର ହେବା ପର୍ଯ୍ୟନ୍ତ କୈାଣସି ବିକଳ୍ପ ଚିନ୍ତା କଲେ ନାହିଁ କାହିଁକି ବୋଲି ସଚେତନ ନାଗରିକ ମହଲ ରେ ଚର୍ଚା ହେଉଛି। ଅନୁମାନ ହେଉଛି ଯେ ଆଗକୁ ଆହୁରି ୫ ମାସ ପ୍ରବଳ ଖରା ହୋଇପାରେ। 

ଖରାର ପ୍ରକୋପ ଓ ତାତି ବୃଦ୍ଧି ଘଟିଲେ ଲୋକ ପାଣି ବ୍ୟବହାରରେ ମଧ୍ୟ ବୃଦ୍ଧି ଘଟିବ ଖାସ୍ ବିକଳ୍ପ ଚିନ୍ତା କରି ଠେସ ପଦକ୍ଷେପ ନିଆଯାଇ ପାରିନାହିଁ ଏପଟେ ସହରର ଜଳକଷ୍ଟ କୁ ଦୁଇ ସପ୍ତାହ ପୁର୍ଣ ହେବାକୁ ଯାଉଛି କିନ୍ତୁ ପ୍ରଶାସନ ବିକଳ୍ପ ଚିନ୍ତା କରି ସମୀକ୍ଷା କରିନାହାନ୍ତି ଯାହା ସହରର ପାଣି  ପାଇବା ବା ଯୋଗାଇବାର ମୈଲିକ ସୁବିଧା ରୁ ସହରବାସୀ ବଞ୍ଚିତ ହେଉଛନ୍ତି। 

ସରକାର ପାନୀୟ ଜଳ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ବି ପଦ୍ମପୁର ସହରର ଜଳ କଷ୍ଟ କଥା କୁ କାହିଁକି ଅଣଦେଖା କରାଯାଇଛି ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାରୀ ଅଧିକାରୀ କେବେ ତତ୍ପର ହେବେ ପ୍ରତି ୱାର୍ଡ ଓ ଘରେଘରେ ପାଣି ପହଞ୍ଚି ପାରିବ ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। 

ପଦ୍ମପୁର ସହରରେ ଯେତିକି ପାନୀୟ ଜଳ ର ଆବଶ୍ୟକ ରହିଛି ପ୍ରଶାସନ ବ୍ୟବସ୍ଥା କରିପାରୁ ନଥିବାରୁ ଖୋଦ କାଉନସିଲର ଙ୍କୁ ଟେଙ୍କର ରେ ପାଣି ବାଣ୍ଟିବାକୁ ପଡୁଛି। ସହରର ୧୧ ଗୋଟି ୱାର୍ଡ ରେ ଆବଶ୍ୟକତା ଅନୁସାରେ ଜଳ ଯୋଗାଇଦେବାକୁ ବିଭିନ୍ନ ସାହିର ଜନସାଧାରଣ ସମେତ ସମାଜସେବୀ ଦାବି କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post