ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର...

ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର...


କେନ୍ଦୁଝର,୧୯/୦୨ : ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେପୁଟି କଲେକ୍ଟର ଶରତ ଗିରି । ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ। 

Ad..


ଏହା ପରେ କେନ୍ଦୁଝର କାର୍ଯ୍ୟାଳୟ ସହ ଲାଞ୍ଚୁଆ ଡେପୁଟି କଲେକ୍ଟର ଶରତ ଗିରି ଙ୍କ ପୁରୀ ସ୍ଥିତ ପୌତୃକ ବାସ ଭବନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

   Ad..


ସୂଚନା ଯୋଗ୍ୟ; କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ବରିଷ୍ଠ ଓଏଏସ ଅଧିକାରୀ ଶରତ ଗିରି, ଚିତ୍ରସେନ ବ୍ରହ୍ମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ପ୍ରଥମେ ୭୦ ହଜାର ଲାଞ୍ଚ ଦାବୀ କରିଥିଲେ। 

ଚିତ୍ରସେନ ମନା କରିବାରୁ ପରେ ୫୦ ହଜାର ଦେବାକୁ ସେ ଦାବୀ ରଖିଥିଲେ। ଏହା ପରେ ଚିତ୍ରସେନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ଅନୁସାରେ ଯୋଜନା ମୁତାବକ ଆଜି ପୂର୍ବାହ୍ନ ୧୦ଟା ବେଳେ ଜମିଜମା କ୍ଷତିପୂରଣ ପାଇଁ ନିଜ କାର୍ଯ୍ୟାଳୟରେ ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ିବସିଛି।



Edited by k.s thakur...




Post a Comment

Previous Post Next Post