ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ: ଯୋଗାଣ ମନ୍ତ୍ରୀ...
ଭୁବନେଶ୍ୱର,୨୫/୦୨ : ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ ଏନେଇ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର।
Ad..
ରାସନ କାର୍ଡ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡୋର ଟୁ ଡୋର ବୁଲି ସର୍ଭେ କରିବେ ଅଧିକାରୀ ଓ ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ କଟାଯିବ ନାହିଁ ।
Ad..
ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅଭିଯୋଗ ଆସୁଛି କି ଯେଉଁମାନେ ଆୟକର ଫାଇଲ୍ କରୁଛନ୍ତି । ସେମାନଙ୍କ କାର୍ଡ କଟିଯାଉଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ଅଛି।
ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ ସେନେଇ ନିଷ୍ପତ୍ତି ନିଆଯିବ । ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି କାହାର ବି କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ । ଯିଏ ପ୍ରକୃତରେ ଗରିବ ଥିବା ତାଙ୍କର କାର୍ଡ ରହିବ ।
ଯଦି ଧନୀ ଲୋକ ଯଦି କାର୍ଡ ହାତେଇଥିବା , ତେବେ କଟିବ । ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ କାର୍ଡ କଟିଯାଇଛି । ତେବେ ବିଭାଗକୁ ଜଣାନ୍ତୁ , ଘଟଣାର ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ।
Edited by k.s thakur...
Tags:
Bhubaneswar
food & supply minister
income tax
latest news
latest update
odisha daily current affairs
ration card



