ମହୁଲପାଲି ଗ୍ରାମ ରେ ଭାଗବତ କଥାମୃତ ପାଇଁ କଳସ ଯାତ୍ରା...
ପଦ୍ମପୁର,୦୭/୦୨ : ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଳି ଗ୍ରାମ ରେ ଆଜି ସତସଙ୍ଗ ସମିତି ପକ୍ଷରୁ ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇ ଗାଁ ର ବଡ କଟା ରୁ ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ଦେବତା ଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ମହିଳା ଏବଂ ସମସ୍ତ କର୍ତ୍ତା ଉପସ୍ଥିତ ରହି ଗାଁ ପରିକ୍ରମା କରିଥିଲେ।
Ad..
ଏହି ଅବସରରେ ଗୋଟିଏ ଦିନର କର୍ତ୍ତା ଭାବେ ବୁକୁରାମୁଣ୍ଡା ସରପଞ୍ଚ ଶ୍ରୀମତୀ ଅନିତା ଭୋଇ ମଧ୍ଯ ସାମିଲ ହୋଇଥିଲେ।କଳସ ସ୍ଥାପନ ପରେ ବରେଣ୍ଯ ପ୍ରବକ୍ତା ଆଚାର୍ଯ୍ୟ ଶ୍ରୀ ପ୍ରଦୀପ ଶାସ୍ତ୍ରୀଜୀ ଙ୍କୁ ସ୍ଵାଗତ କରି ପ୍ରବଚନ ସ୍ଥାଳ କୁ ଅଣାଯାଇଥିଲା।
ଏହି ଶ୍ରୀମଦ୍ ଭାଗବତ କଥାମୃତ ମହୋତ୍ସବ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ଚାଲିବ।ଏହି ଧର୍ମୀୟ କାମରେ ଶିବଶଙ୍କର ଭୋଇ, ମାନଭଞ୍ଜନ ପ୍ରଧାନ, ବିଜୟ କୁମାର ପ୍ରଧାନ, ବସନ୍ତ ସାହୁ, ରତ୍ନାକର ବାଉଁଶ, ଗତିକୃଷ୍ଣ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ଦୁଖିଶ୍ଯାମ ପ୍ରଧାନ, ତରୁଣ ପ୍ରଧାନ ଆଦି ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...


