କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର : ୫ ହଜାର ଟଙ୍କା ଦରମା ବୃଦ୍ଧି କଲେ ରାଜ୍ୟସରକାର ...

କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର : ୫ ହଜାର ଟଙ୍କା ଦରମା ବୃଦ୍ଧି କଲେ ରାଜ୍ୟସରକାର ...


ଭୁବନେଶ୍ୱର,୧୨/୦୨ : କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟସରକାର । ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଦରମା ୫ ହଜାର ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟସରକାର। 

              Ad..


ଏଣିକି କନିଷ୍ଠ ଶିକ୍ଷକ ମାସିକ ୧୧ ହଜାର ଟଙ୍କା ବଦଳରେ ପାଇବେ ୧୬ ହଜାର ଦରମା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଜିଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ସୂଚନା ଦିଆଯାଇଛି ।


ସୂଚନା ଅନୁଯାୟୀ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ମିଳିବ । ସମଗ୍ର ଶିକ୍ଷା ସ୍କିମ୍ ଅନୁସାରେ ପୂର୍ବରୁ ମାସିକ ୧୧ ହଜାର ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେ ଏହାକୁ ୧୬ ହଜାରକୁ ସରକାର ବୃଦ୍ଧି କରିଛନ୍ତି । ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି।



Edited by k.s thakur...



Post a Comment

Previous Post Next Post