ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର ଆହତ...

ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର ଆହତ...


କଣ୍ଟାବାଞ୍ଜି/ଭାଲୁମୁଣ୍ଡା,୧୬/୦୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟୁନ ଗ୍ରାମରେ ଶନିବାର ସନ୍ଧ୍ୟାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ନାବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଓ ଚାଳକ ଗୁରୁତର ଆହତ ହୋଇଛନ୍ତି। 

            Ad..


ସୂଚନା ଅନୁସାରେ ,ମୃତକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ବାଦୀଚକା ଗାଁର ମୂକ ସୁମିତ ତେଜୀ ଓ ଗୁରୁତର ହେଉଛନ୍ତି ସେହି ଗାଁର ସିଦ୍ଧାନ୍ତ ତେଜୀ। ସ୍ଥାନୀୟ ଲୋକେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତ କରିଥିଲେ ।ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।



Edited by k.s thakur...

Post a Comment

Previous Post Next Post