ବରଗଡ଼ରେ ହୋଲି ମିଳନର ପ୍ରସ୍ତୁତି ବୈଠକ...

ବରଗଡ଼ରେ ହୋଲି ମିଳନର ପ୍ରସ୍ତୁତି ବୈଠକ...


ବରଗଡ଼,୨୧/୦୨ : ବରଗଡ଼ କଚେରି ପରିସରରେ  ବରଗଡ଼ ନାଗରିକ ମଂଚର ବରିଷ୍ଠ ସଦସ୍ୟ, ଉପଦେଷ୍ଟା ତଥା ବରଗଡ଼ ଓକିଲ ସଂଘ ସଭାପତି ଭିସ୍ମଦେବ ସରାଫ ଙ୍କ ସଭାପତିତ୍ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। 

Ad..


ବୈଠକ ରେ ଉପସ୍ଥିତ ହୋଇଥିବା ସମସ୍ତ  ସଦସ୍ୟ ମାନଙ୍କୁ ସଙ୍ଗଠନ ର ସଦସ୍ୟ ଭବାନୀ ସହୁ ସ୍ବାଗତ ଜଣାଇଥିଲେ ଓ ବୈଠକର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ। ବୈଠକ ଆରମ୍ଭରେ ଭୁବନେଶ୍ବର ସ୍ଥିତ   କି ଟ ସ ମହାବିଦ୍ୟାଳୟରେ ନିଧନ ହୋଇଥିବା ନେପାଳ ଦେଶର  ଛାତ୍ରୀ  ପ୍ରକୃତି ଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ର ନୀରବ ପ୍ରଥାନା କରାଯାଇଥିଲା।

    Ad..


ବରଗଡ଼ ର ବିଭିନ୍ନ ସମସ୍ୟା ବିଷୟ ରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଏହି ବୈଠକର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଏହା ସହିତ ବରଗଡ଼ ସହର ର ବିଭିନ୍ନ ସମାଜ ସଙ୍ଗଠନ  ରାଜନୈତିକ ଦଳ   ସହିତ ବିଭିନ୍ନ ଅଧିକାରୀ  ମାନଙ୍କୁ ନେଇ ଏକ ସାମୁହିକ ହୋଲିପର୍ବ ପାଳନ ପାଇଁ ପ୍ରସ୍ତାବ ନିଆଯାଇଥିଲା।

ଏହି ଅବସରରେ ଶିବାନନ୍ଦ ମଟାରି, ରାଜେନ୍ଦ୍ର ସିକନ୍ଦର,ମାନହର ପଧାନ, ଟିଙ୍କୁ ନନ୍ଦ,ସୁଦାମ ସହୁ  ରମେଶ ବେହେରା, ଲୋକେଶ ବାରିକ, ଲାଲା ଦୀପ, ସୁଧୀର ମହାରଣା, ଗୋବିନ୍ଦ ଶର୍ମା, ନିଖିଲ ପାଣିଗ୍ରାହୀ,  ଶୟନ ପଣ୍ଡା, ଲଟିଫ୍ ଖାନ୍, ଜୀବନକାଳ ଚୌଧୁରୀ ଫିରୋଜ ଖାନ୍, ସରୋଜ ନାୟକ ମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post