"ଅଧ୍ୟୟନରେ ମନୋନିବେଶ" ପାଇଁ ପରାମର୍ଶ ,ପିଲାମାନଙ୍କୁ "ପଥ ପ୍ରଦର୍ଶନ" ଶୀର୍ଷକ କର୍ମଶାଳା...

"ଅଧ୍ୟୟନରେ ମନୋନିବେଶ" ପାଇଁ ପରାମର୍ଶ,ପିଲାମାନଙ୍କୁ "ପଥ ପ୍ରଦର୍ଶନ" ଶୀର୍ଷକ  କର୍ମଶାଳା...


ବରଗଡ଼,୦୨/୦୨ : ଦୁଇ ଦିନଧରି ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ସଭାପତିତ୍ବରେ ଛାତ୍ର ମାନଙ୍କର ନକାରାତ୍ମକ ଚିନ୍ତାଧାରାକୁ ପ୍ରତିହତ ଏବଂ ଅଧ୍ୟୟନ ପାଇଁ ମନୋନିବେଶ କରିବା ଉଦ୍ଦେଶ୍ୟରେ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।  

            Ad..


ଉକ୍ତ ଆଲୋଚନା ଚକ୍ରରେ କେନ୍ଦ୍ରୀୟ ବିଦ୍ୟାଳୟ, ବରଗଡ଼ ରେ କାର୍ଯ୍ୟରତ ମନସ୍ତତ୍ତ୍ୱବିଦ୍ ଶିକ୍ଷୟିତ୍ରୀ  ଶ୍ରୀମତୀ ଦୀପଶିଖା ଧଳ ଉପସ୍ଥିତ ରହି ପିଲାମାନଙ୍କ ଶୃଙ୍ଖଳିତ ଜୀବନ, ଭବିଷ୍ୟତ ଜୀବନ ପାଇଁ ଯୋଜନାବଦ୍ଧ ଲକ୍ଷ୍ଯ ନିର୍ଦ୍ଧାରଣ, ମାନସିକ ଅବସାଦରୁ ମୁକ୍ତି, ନିଶା ନିବାରଣ , ବ୍ୟବହାରିକ ପରିବର୍ତ୍ତନ , ପରୀକ୍ଷା ପାଇଁ ଉତ୍କଣ୍ଠିତ ସ୍ଥିତି ଓ ତା'ର ନିରାକରଣ ଇତ୍ୟାଦି ବିଷୟରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ। 

    Ad..


ପରବର୍ତ୍ତୀ ପର୍ଯ୍ୟାୟରେ‌ ମଧ୍ୟ ପିଲାମାନଙ୍କ ସହିତ ସେ  ନିଜକୁ ସାମିଲ କରି ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରିଥିଲେ। 

ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ଙ୍କ ମଧ୍ୟରେ ପୁରାତନ ଛାତ୍ର ଶ୍ରୀଯୁକ୍ତ ବିଶ୍ବଜିତ ମିଶ୍ର ମଧ୍ୟ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ଆଜିର ଉକ୍ତ ଆଲୋଚନାଚକ୍ର ପିଲାମାନଙ୍କ ଭବିଷ୍ୟତ ଜୀବନ କୁ ସୁସଂଗଠିତ କରିବା ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ଓ  ସମୟୋପଗୀ ଥିଲା !ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମଜା ପତି ଧନ୍ୟବାଦ ଅର୍ପଣ  କରିଥିଲେ।


Report : Bijay ku sahu

Edited by k.s thakur...

Post a Comment

Previous Post Next Post