ପରୀକ୍ଷା ପରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ...
ମାଲକାନଗିରି,୨୫/୦୨ : ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ। ଚିତ୍ରକୋଣ୍ଡା ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟର ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ।
Ad..
ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ପୋଲିସ । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ । ଏହା ସହ ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଛାତ୍ରୀଙ୍କ ବାପାମା’। ଅପରପକ୍ଷେ, ଖବର ପାଇ ପୁଲିସ୍ ତନାଘନା ଆରମ୍ଭ କରିଛି। ଛାତ୍ରୀଜଣଙ୍କ କିପରି ଗର୍ଭବତୀ ହେଲେ, ସେ ସଂପର୍କରେ ଜାଣିବା ପାଇଁ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି।
Ad..
ଝିଅ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ ଓ କିଛି ଦିନ ହେବ ଘରକୁ ଯାଇନଥିଲେ । ଛାତ୍ରୀ ଜଣଙ୍କ କିପରି ଗର୍ଭବତୀ ହେଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କିପରି କିଛି ଜାଣିପାରିଲେ ନାହିଁ ଏନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।
Edited by k.s thakur...
Tags:
10th class girl student
chitra konda
latest news
latest update
malkangiri
odisha daily current affairs



