ଛାତ୍ରୀ ଆତ୍ମହତ୍ୟା ଘଟଣା : ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡି଼ଲା କିଟ୍, ଅଭିଯୁକ୍ତ ଛାତ୍ର ଗିରଫ...
ଭୁବନେଶ୍ୱର,୧୭/୦୨ : ଗତକାଲି କିଟ୍ କଲେଜର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଅଶାନ୍ତ ହୋଇପଡିଛି କଲେଜ କ୍ୟାମ୍ପସ । ନ୍ୟାୟ ଦାବିରେ କଲେଜ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ରାଜରାସ୍ତାକୁ ଓହ୍ଳାଇଛନ୍ତି ଛାତ୍ରଛାତ୍ରୀ।
Ad..
ତେବେ ଏହି ଘଟଣାରେ ଦେଖାଯାଇଥିବା ଉତ୍ତେଜନା ପରେ ଯଥାଶୀଘ୍ର କ୍ୟାମ୍ପସ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ କୌଣସି ଛାତ୍ରଛାତ୍ରୀ ଯାଇଥିବାରୁ ଆଜି ଜୋର ଜବରଦସ୍ତି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବାହାର କରିଦିଆଯାଇଛି । ୨ଟି ବସ୍ ଯୋଗେ ସେମାନଙ୍କୁ ରେଳଷ୍ଟେସନକୁ ନିଆଯାଇ ଛଡାଯାଉଛି।
Ad..
ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ସହ ଧକ୍କା ମାରି କର୍ତ୍ତୃପକ୍ଷ ଜୋର୍ ଜବରଦସ୍ତ ତଡ଼ିଥିବା ଅଭିଯୋଗ ହୋଇଛି। ସହପାଠୀଙ୍କ ମୃତ୍ୟୁକୁ ନେଇ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିବା କାରଣରୁ ସମସ୍ତଙ୍କୁ ବିଦା କରାଯାଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି।
ସେପଟେ ଘଟଣାକୁ ଅଭିଯୁକ୍ତ ଛାତ୍ର ବିରୋଧରେ ଇନଫୋସିଟି ଥାନାରେ ମାମାଲା ରୁଜୁ ହୋଇଛି । ଅଭିଯୁକ୍ତ ଛାତ୍ର ଜଣଙ୍କ ମୃତ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଛି । ଏନେଇ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ଅନ୍ୟପଟେ ମୃତ ଛାତ୍ରୀଙ୍କ ରୁମରୁ ଲ୍ୟାପଟପ୍, ମୋବାଇଲ ଫୋନ ଜବତ କରାଯାଇଛି ।
Edited by k.s thakur...



