ପାଟଣାଗଡ଼ ପାର୍ସଲବୋମା ଘଟଣା: ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ...

ପାଟଣାଗଡ଼ ପାର୍ସଲବୋମା ଘଟଣା: ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ...


ପାଟଣାଗଡ଼,୨୯/୦୧ : ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଶୁଣାଣୀ ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୪ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। 

              Ad..


ଆଉ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ ।

      Ad..


ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହରର ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଥିବା ବେଳେ ଏହା ବିରୋଧରେ ପୁଞ୍ଜିଲାଲା ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ।

    Ad..


ସୂଚନା ଯୋଗ୍ୟ; ୨୦୧୮ ମସିହା ଫେବୃୟାରୀ ୨୩ ତାରିଖରେ କୋରିୟରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ବଲାଙ୍ଗୀରର ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେମାମଣି ସାହୁଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ରିମା ସାହୁ ମଧ୍ୟ ଗୁରୁତର ଆହତ ହୋଇଥିଲେ। 

ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ନେଇଥିଲା। ତଦନ୍ତ ପରେ ବଲାଙ୍ଗୀର ଜିଲ୍ଲା ଜ୍ୟୋତି ବିକାଶ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲାଙ୍କୁ ଧରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ।



Edited by k.s thakur...


Post a Comment

Previous Post Next Post