ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ...
(ସମ୍ବିଧାନର ଲିଖିତ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କୁ ନ୍ୟାୟ ଏବଂ ସମାନତା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା: ଜିଲ୍ଲାପାଳ)
ବରଗଡ଼,୨୬/୦୧ : ଜିଲ୍ଲା ସଦରମହକୁମାରେ ଆୟୋଜିତ ୭୬ତମ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ଶ୍ରୀ ଅଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି।
Ad..
ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ପ୍ରଥମେ ନିଜ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତଳୋନ କରିବା ପରେ ବହ୍ନି କନ୍ୟା ପାର୍ବତୀଗିରି, ମହାତ୍ମା ଗାନ୍ଧୀ, ସ୍ଵଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ ଏବଂ ବାବା ସାହେବ ଭୀମରାଓ ଅମବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଲଲ୍ୟାର୍ପଣ କରି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତଳୋନ କରି ଜିଲ୍ଲାବାସୀଙ୍କ ପାଇଁ ନିଜ ଅଭିଭାଷଣ ରଖିଥିଲେ।
Ad..
ନିଜ ଅଭିଭାଷଣରେ ଜିଲ୍ଲାପାଳ ଭାରତ ଗଣରାଜ୍ୟର ମୂଳଦୁଆ ପକାଇଥିବା ମହାନ ବ୍ୟକ୍ତିଙ୍କ ବଳିଦାନକୁ ସ୍ମରଣ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ୱାଧୀନତା ପରଠାରୁ ଭାରତ କୃଷି-ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, ଗମନାଗମନ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିରେ ଓଡିଶାର ଭାତହାଣ୍ଡି ତଥା ହସ୍ତତନ୍ତର ପେଣ୍ଠସ୍ତଳ ଭାବେ ପରିଚିତ ଆମ ଜିଲ୍ଲାର ଅବଦାନ ବିଷୟରେ କହିବା ସହ ବର୍ତ୍ତମାନର କିଛି ଚ୍ୟାଲେଞ୍ଜ ଗୁଡ଼ିକ ପ୍ରତି ଆମେ ଧ୍ୟାନ ଦେବା ଏବଂ ସେଗୁଡିକୁ ଦୂର କରିବା ସହ ଏକ ପ୍ରଗତିଶୀଳ ସମାଜ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ତ୍ରିରଙ୍ଗା ପତାକା ତଳେ ଶପଥ ନେବା ପାଇଁ ସମସ୍ତଙ୍କୁ ଆଗ୍ରହ ରଖିଥିଲେ।
Ad..
ସରକାରୀ ସେବକ ତଥା ଜଣେ ଦାୟିତ୍ୱବାନ ନାଗରିକ ଭାବେ ସମସ୍ତେ ସମ୍ବିଧାନରେ ଲିଖିତ ଆଦର୍ଶକୁ ବଜାୟ ରଖିବା ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଶକ୍ତିଶାଳୀ, ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତ ଦେଶ ଗଠନ ପାଇଁ ଏକାଠି ମିଶି କାମ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୋରୋଧ କରିଥିଲେ ।
ସୂଚନାଯୋଗ୍ୟକି, ସମାରୋହରେ ସର୍ବମୋଟ ୩୬ ଗୋଟି ପ୍ୟାରେଡ ଦଳ ଯୋଗ ଦେଇଥିବା ବେଳେ ୮ ଗୋଟି ନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରି ଶେଷ୍ଠ ଦଳ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ କୃତିତ୍ଵ ହାସଲ କରିଥିବା ୧୩ ଜଣ କ୍ରୀଡାବିତ, ଦୁଇ ଜଣ ଏନସିସି କ୍ୟାଡେଟ ଏବଂ ବେଟି ବଚାଓ ବେଟି ପାଢାଓ ଅଭିଯାନର ୧୦ ବର୍ଷ ପୂର୍ତ୍ତି ଅବସରରେ ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଜିଲ୍ଲାର ୧୧ ଜଣ ଛାତ୍ରୀଙ୍କ ସମେତ ୬ ଜଣ ମହିଳା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରଯାଇଥିଲା।
ଏହାପରେ ସମାରୋହକୁ ସୂଚାରୁ ରୂପେ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲ୍ଲା ପୂର୍ତ୍ତ ବିଭାଗ ଏବଂ ବରଗଡ ପୌର ପରିଷଦଙ୍କ ସମେତ ପେରେଡ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ ।
ସମାରୋହ ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରଖି ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଶ୍ରୀମତି ମଧୁଛନ୍ଦା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ବରଗଡ ପୋରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବାନନ୍ଦ ସାହୁ ଏବଂ ପୌରଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝି ସ୍ଥାନୀୟ କାରାଗାର ଅନ୍ତେବାସୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ।
Report : Bijay ku sahu
Edited by k.s thakur...




