ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
କଟକ,୨୬/୦୧ : ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସର ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Ad..
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନେ ହେଉଛନ୍ତି ଆମ ସମାଜର ମୁଖ୍ୟ ଅଙ୍ଗ ଏବଂ ଜନସଂଖ୍ୟାର ଅଧା। ସୁଭଦ୍ରା ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ମା’ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପାଞ୍ଚବର୍ଷ ପାଇଁ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
Ad..
ଆଜି ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି, ଅବଶିଷ୍ଟ ଯୋଗ୍ୟ ମହିଳା ହିତାଧିକାରୀମାନେ ଆସନ୍ତା କିଛି ଦିନ ମଧ୍ୟରେ ପାଇଯିବେ।ପୁନର୍ବାର ମାର୍ଚ୍ଚ ୮ ତାରିଖ ମହିଳା ଦିବସ ଅବସରରେ ଦ୍ଵିତୀୟ କିସ୍ତି ପାଇବେ।
Ad..
ଏହି ସହାୟତାକୁ ଉପଯୋଗ କରି ମା’ମାନେ ଛୋଟ ଛୋଟ ବ୍ୟବସାୟ କରି ନିଜ ନିଜ ପରିବାର ପାଇଁ ରୋଜଗାର କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Edited by k.s thakur...
Tags:
2nd phase
76th republic day celebrate
8 March
cm mohan Majhi
Cuttack
latest news
latest update
odisha daily current affairs
speech
Subhadra yojana




