କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସୁରକ୍ଷା କର୍ମୀଙ୍କ ଦ୍ବାରା ଲୋକଙ୍କୁ ଦୁର୍ବ୍ୟବହାର ଅଭିଯୋଗ !...
କଣ୍ଟାବାଞ୍ଜି,୨୭/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସୁରକ୍ଷା କର୍ମୀଙ୍କ ଦ୍ବାରା ଲୋକଙ୍କୁ ଦୁର୍ବ୍ୟବହାର ଅଭିଯୋଗ !
Ad..
କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୈନିକ ଶତାଧିକ ଲୋକେ ଚିକିତ୍ସା ପାଇଁ ନିର୍ଭର କରନ୍ତି। ଦୈନିକ ଆଖ ପାଖ ଗାଁ ରୁ ଲୋକେ ନିଜ ଜାନ ବାହାନ କିମ୍ବା ଭଡା ଗାଡ଼ି ମାଧ୍ୟମରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଜ କିମ୍ବା ନିଜ ସମ୍ପର୍କୀୟ ଙ୍କ ଉତ୍ତମ ଚିକିତ୍ସା ପାଇଁ ଆସନ୍ତି। ହେଲେ ଗାଡ଼ି ପାର୍କିଂ କୁ ନେଇ ଅନେକ ଥର ସୁରକ୍ଷା କର୍ମୀ ଓ ଲୋକଙ୍କ ମଧ୍ୟରେ ବାକ ଯୁଦ୍ଧ ଦେଖା ଦିଏ। କେବଳ କିଛି ସୁରକ୍ଷା କର୍ମୀ ଙ୍କ ଦୁର୍ବ୍ୟବହାର ନିମନ୍ତେ।
Ad..
ସୂଚନା ଅନୁସାରେ ବିଗତ ରାତି ମଧ୍ୟ କଣ୍ଟାବାଞ୍ଜି ନୂଆପଡ଼ା ବାସିନ୍ଦା ଲୋଚନ ବାରିକ ନିଜ ସମ୍ପର୍କୀୟ କୁ ନେଇ ଚିକିତ୍ସା ନିମନ୍ତେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇଥିଲେ। ସେଠି ଗାଡ଼ି ପାର୍କିଂ କୁ ନେଇ ସୁରକ୍ଷା କର୍ମୀ ତାଙ୍କୁ ଦୁର୍ବ୍ୟବହାର ଦେଇ ଥିବା ଅଭିଯୋଗ କରିଛନ୍ତି ଶ୍ରୀ ବାରିକ୍। ତାଙ୍କ କହିବା ଅନୁସାରେ ସେ ଯେତେ ବେଳେ ଅନେକ ଗାଡ଼ି ପାର୍କିଂ ଥିବା ଜାଗାରେ ଦୁଇ ଚକିଆ ଗାଡ଼ି ପାର୍କିଂ କରିବାକୁ ଯାଉ ଥିଲେ, ସେହି ସମୟରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ତାଙ୍କୁ ଦୁର୍ବ୍ୟବହାର ଦେଖାଇ ଥିଲେ।
Ad..
ଶ୍ରୀ ବାରିକ୍ ତାଙ୍କୁ ପଚାରି ଥିଲେ ଯେ ଏହି ଜାଗାରେ ଅନେକ ଦୁଇ ଚକୀୟା ଗାଡ଼ି ପାର୍କିଂ କରାଯାଇଛି ତେବେ ମୋ ଗାଡ଼ିଟି ପାର୍କିଂ କଲେ ଅସୁବିଧା କଣ। ତେବେ ସୁରକ୍ଷା କର୍ମୀ ତାଙ୍କୁ କହି ଥିଲେ ଯେ ଏହି ଜାଗାରେ କେବଳ ଆମ୍ ଷ୍ଟାଫ ଗାଡ଼ି ପାର୍କିଂ ହୁଏ। ତେବେ ଶ୍ରୀ ବାରିକ୍ ତାଙ୍କୁ ବୁଝାଇ କହି ଥିଲେ ଯେ ଏହି ଜାଗାରେ କେବଳ ଷ୍ଟାଫ ଗାଡ଼ି ଯଦି ପାର୍କିଂ କରାଯାଏ ତେବେ ଏହି ସ୍ଥାନରେ ଷ୍ଟାଫ ଗାଡ଼ି ପାର୍କିଂ ଏରିଆ ବୋଲି ଗୋଟିଏ ସୂଚନା ଫଳକ ଲେଖି ଦେଲେ ଲୋକେ ଏଠି ପାର୍କିଂ କରନ୍ତେ ନାହିଁ।
ତେବେ ସୁରକ୍ଷା କର୍ମୀ ରାଗି ଯାଇ ଏଠୁ ଗାଡ଼ି ଖସ୍ରା ଓ ଜାକୁ ଅଭିଯୋଗ କରିବା ଅଛି କରିବୁ ମୋର କେହି କିଛି କରିପାରିବେ ନାହିଁ ବୋଲି ଦୁର୍ବ୍ୟବହାର ଦେଇ କହିଥିଲେ। ତେବେ ଏ ସମ୍ପର୍କରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏମ୍ଦି ଡ଼ା ରାଜେଶ ପଣ୍ଡିତ ଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ କହିଥିଲେ ଯେ ହସ୍ପିଟାଲ ସମ୍ମୁଖରେ କୌଣସି ଷ୍ଟାଫ କିମ୍ବା କୌଣସି ବ୍ୟକ୍ତି ବିଶେଷ ପାଇଁ ଏମିତିଆ କୌଣସି ସ୍ଥାନ ନିର୍ଦ୍ଧାରିତ କରାଯାଇ ନାହିଁ। ମୁଁ ମଧ୍ୟ ସର୍ବ ସାଧାରଣ ପାର୍କିଂ ଏରିଆ ରେ ମୋ ଗାଡ଼ି ପାର୍କିଂ କରେ ବୋଲି କହିଥିଲେ।
ତେବେ ସୁରକ୍ଷା କର୍ମୀ ଶ୍ରୀ ବାରିକ୍ କୁ ଗାଡ଼ି ପାର୍କିଂ କୁ କେନ୍ଦ୍ର କରି ଦୁର୍ବ୍ୟବହାର ଦେବା ଓ ଅନ୍ୟ ଗାଡ଼ି ଙ୍କୁ କିପରି ପାର୍କିଂ ପାଇଁ ଅନୁମତି ଦେବା ଘଟଣା ନିନ୍ଦନୀୟ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି।
Edited by k.s thakur...




