ଜାନୁଆରି ୧୫ ପର୍ଯ୍ୟନ୍ତ ସରିବ ଇ-କେୱାଇସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର...
ଭୁବନେଶ୍ୱର,୦୧/୦୧ : ଜାନୁଆରି ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ କାରଣରୁ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି।
Ad..
ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ। ଏହି କ୍ରମରେ ନିକଟରେ ଗୋଆରେ ଥିବା କିଛି ଲୋକଙ୍କ ଇ-କେୱାଇସି କରାଯାଇଛି।
Ad..
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତଥ୍ୟ ଦେଇ କହିଛନ୍ତି, ସମସ୍ତଙ୍କର ଇ-କେୱାଇସି କରିବେ ସରକାର। ବର୍ତ୍ତମାନ ସୁଦ୍ଧା ୫୦ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ବର୍ତ୍ତମାନ ସୁଦ୍ଧା ୮୫ପ୍ରତିଶତ ଇ-କେୱାଇସି ସରିଲାଣି, ବାକି ଆସନ୍ତା ୧୫ତାରିଖ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Ad..
Edited by k.s thakur...
Tags:
aadhar card
Bhubaneswar
e-kyc
food & supply minister
krushna Chandra Patra
latest news
latest update
Odisha
odisha daily current affairs
ration card




