କଣ୍ଟାବାଞ୍ଜି ସହରରେ ଜାପାନୀ ପର୍ଯ୍ୟଟକ : ବୁଲିଲେ ସପତାହିକ ବଜାର, କିଣିଲେ ଅନେକ ସାମଗ୍ରୀ...
କଣ୍ଟାବାଞ୍ଜି,୧୩/୧୨ : କଣ୍ଟାବାଞ୍ଜି ସହରରେ ବିଦେଶୀ ପର୍ଯ୍ୟଟକ। କଣ୍ଟାବାଞ୍ଜି ସହରର ସାପ୍ତାହିକ ବଜାର ବୁଲି ଦେଖିବା ସହ କିଣିଲେ ଅନେକ ସାମଗ୍ରୀ।
Ad..
ଆଜି ଜାପାନ ରୁ ଆସି ଥିବା ୪ ଜଣ ଜାପାନୀ ନାଗରିକ ଜଣେ ମହିଳା ଓ ୩ ଜଣ ଯୁବକ କଣ୍ଟାବାଞ୍ଜି ସହରର ସାପ୍ତାହିକ ବଜାର ବୁଲି ଦେଖିବା ସହ କିଣିଲେ ଅନେକ ସାମଗ୍ରୀ। ସୂଚନା ଅନୁସାରେ ପ୍ରତିମା ଏଗରୋ ଓ ଚେତନା ngo ପକ୍ଷରୁ କପା କୁ ନେଇ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ତୁରେକେଲା ସେମ୍ଲା ଗ୍ରାମରେ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜାପାନରୁ କିଛି ଲୋକେ ଆସି କପା ବିଷୟ ରେ ଅନୁସନ୍ଧାନ କରିବା ସହିତ କପା ଉତ୍ପାଦନ ବିଷୟରେ ଲୋକଙ୍କ ମତା ମତ ସଂଗ୍ରହ କରିବା ନିମନ୍ତେ ଯୋଗ ଦେଇଥିଲେ।
Ad..
ସେମାନଙ୍କ ମଧ୍ୟରୁ ୪ ଜଣ ସୀନ,ଆଇ , ତୁମା ନାମକ ମହିଳା ପୁରୁଷ ଓ ଅନ୍ୟ ଜଣେ ସେମାନଙ୍କ ସହିତ କଣ୍ଟାବାଞ୍ଜି ସାପ୍ତାହିକ ବଜାର କୁ ଆସି ବୁଲା ବୁଲି କରିବା ସହ ବଜାର ରେ ବିକ୍ରି ହେଉ ଥିବା ପନି, ପରିବା ,ଫଳ ,ମୂଲ ର ମାନ ଓ ତାର ଦର୍ ଦାମ ଜଣେ ସହଯୋଗୀଙ୍କ ଜରିଆରେ ବୁଝି ପଚାରୁ ଥିଲେ। ତାଙ୍କ କହିବା ମୁତାବକ ଜାପାନ ରେ ବିକ୍ରି ହେଉ ଥିବା ପନି ପରିବା ମୂଲ୍ୟ ସହ ରାସାୟନିକ ପଦ୍ଧତିର ରେ ଏହି ପନି ପରିବା ଉତ୍ପାଦନ କରାଯାଉଛି ନା ଜୈବିକ ପଦ୍ଧତି ରେ ଦେଶୀ ଗାଈଗୋରୁ ଖତ ରୁ ସାର ରେ ଉତ୍ପାଦନ କରାଯାଉଛି ବୋଲି ପଚରା ଉଚରା କରିଥିଲେ।
ତେବେ ଜାପାନ ଅପେକ୍ଷା ଏଠିକାର ଅନେକ ସାମଗ୍ରୀ କମ୍ ମୂଲ୍ୟରେ ବିକ୍ରି ହେଉଥିବା ଓ ଜାପାନ ରେ ଯେଉଁ ସାମଗ୍ରୀ ଦେଖିବାକୁ ମିଳେ ନାହିଁ ସେହି ପରିକା କିଛି ସାମଗ୍ରୀ କିଣି ଥିଲେ । ଲୋକଙ୍କ ସହ ଫଟୋ ଉଠାଇବା ଓ ତାଙ୍କ ଦୈନିକ ଜୀବନ ଉପରେ ମଧ୍ୟ ପଚାରି ବୁଝି ଥିଲେ।
Edited by k.s thakur...
Tags:
bolangir
japnese visitors
kantabanji
latest news
latest update
odisha daily current affairs
weekly market



