ଗୋରୁ ଵୋଝେଇ ୧୬ ଚକିଆ ଟ୍ରକ ସହ ଦୁଇ ଜଣ ଗିରଫ...

ଗୋରୁ ଵୋଝେଇ ୧୬ ଚକିଆ ଟ୍ରକ ସହ ଦୁଇ ଜଣ ଗିରଫ...


ଭଦ୍ରକ/ବାସୁଦେବପୁର,୦୩/୧୨ :  ଭଦ୍ରକ ଜିଲ୍ଲା ବାସୁଦେବପୁର ପୁଲିସକୁ ବଡ଼ ସଫଳତା ମିଳିଛି। ଗତ ସୋମବାର ରାତିରେ ସହରର ହାଇସ୍କୁଲ ଛକରୁ ପୁଲିସ ଏକ ଗୋରୁ ଵୋଝେଇ ୧୬ ଚକିଆ ଟ୍ରକ ଜବଦ କରିଛି। ଏହି କାରବାରରେ ସମ୍ପୃକ୍ତ ଚାଳକ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। 

Ad..


ଉଦ୍ଧାର ହୋଇଥିବା ୩୫ ଗୋରୁଙ୍କୁ ରାଣୀତଲ ସ୍ଥିତ ଗୋଶାଳାରେ ଛଡାଯାଇଛି। ସୂଚନା ଅନୁସାରେ ଏସପି ମାଡକାର ସନ୍ଦୀପ ସମ୍ପତଙ୍କ ନିର୍ଦେଶ କ୍ରମେ ବାସୁଦେବପୁର ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଧାମରା ଜାମୁଝାଡି ରାସ୍ତାର ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ଛକରୁ ଏକ ଗୋରୁ ବୋଝେଇ ଟ୍ରକକୁ ଅଟକାଇଥିଲା। ତନଖି ପରେ ଟ୍ରକକୁ ଥାନାରେ ଅଟକ ରଖିଥିଲା। 

ଏହି ସମୟ ମଧ୍ୟରେ ଟ୍ରକ ଡ୍ରାଇଭର କୌଶଳ କ୍ରମେ ଖସିଯାଇ ପ୍ରାଣୀ ଚିକତ୍ସାଳୟ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରେ ଲୁଚିଥିବା ଅବସ୍ଥାରେ ପୁଲିସ ତାକୁ କାବୁ କରିଥିଲା।



Edited by k.s thakur...



Post a Comment

Previous Post Next Post