ତୁରେକେଲା ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ...

ତୁରେକେଲା ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ...


କଣ୍ଟାବାଞ୍ଜି,୦୩/୧୨ : ତୁରେକେଲା ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ପାଳିତ ହୋଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ବିଘ୍ନ ବିନାଶକ ଗଣେଶଙ୍କ ମୂର୍ତ୍ତିରେ ପୁଷ୍ପ, ଦୀପ ପ୍ରଦାନ କରି ଉଦଘାଟନ କରିଥିଲେ।

             Ad..


ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ଯଥା, ଚିତ୍ରାଙ୍କନ, ସଙ୍ଗୀତ, ବାଟି ଚାମଚ ଓ ମ୍ୟୁଜିକ ଚେୟାର ରେ ଅଂଶ ଗ୍ରହଣ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ଅନୁଷ୍ଠିତ ସଭାରେ ବିରଞ୍ଚି ନାରାୟଣ ଦାଶ ,ସଭାପତି,ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ, ମୁଖ୍ୟ ଅତିଥି,ହେମାନନ୍ଦ ବିଶ୍ୱ।ଳ ,ଶଙ୍କର ନାଗ,ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଅମରେନ୍ଦ୍ର ବାଗ,ଗଜୟ କୁମାର ଦାଶ,ଅନୁପ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ  ବିଆରଟି ସୁନୀଲ କୁମାର ସାହୁ, ଜ୍ୟୋତି ବିକାଶ ବାରିକ,ରମେଶ ସୁନା, ଟିକେଶ୍ୱର ବେହେରା, ରଜନୀ ମେହେର, ଛବିଳ ନାଏକ,ସୁଜାତା ମହାନ୍ତି, ସୂର୍ଯ୍ୟ ମାଝୀ,ସୁଶାନ୍ତ ରାଉତ,ଅରୁଣ ସାହୁ,ପ୍ରକାଶ ସେଲମାଆଦି ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post