ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ...
ବରଗଡ଼,୨୯/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନାଞ୍ଚଳ ସ୍ତରୀୟ ଵନାଗ୍ନି ନିରାକରଣ ର ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ବନାଞ୍ଚଳ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। Ad..
ପ୍ରସ୍ତୁତି ବୈଠକରେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ସଭାପତିତ୍ବ କରିଥିବା ବେଳେ କୁଧରେନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ମିତ୍ର ସୁବାସ ସାହୁ,ଅଗ୍ନିଶମବିଭାଗ ଅଧିକାରୀ ଗୌର ଶଙ୍କର ପ୍ରଧାନ, ଗାଇସିଲେଟ କେନ୍ଦୁଲିଭ ବିଭାଗର ବନପାଳ ପ୍ରଦୀପ ଭୋଇ, ଜମରତଲା ସରପଞ୍ଚ ବିଦୁ ଭୂଷଣ ଚାନ୍ଦ ଏବଂ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ,ବନ କର୍ମଚାରୀ, ସ୍ବେଛାସେବୀ, ସମାଜସେବୀ ମାନେ ଯୋଗଦାନ କରି...
Ad..
ତାଙ୍କର ସୁଚିନ୍ତିତ ମତାମତ ରଖିଥିବା ବେଳେ ସୁବାସ ସାହୁ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଜଙ୍ଗଲ କ୍ଷତି ସହିତ ତାହା ପରିବେଶ ଉପରେ କିପରି ପ୍ରଭାବ ପକାଉଛି , ମଣିଷ ସମାଜର କିଭଲି ବଡ ଧରଣର କ୍ଷତି ଘଟୁଛି ଆଲୋକପାତ କରିବା ସହ ବନ କର୍ମଚାରୀ ମାନଙ୍କୁ ତାଙ୍କ ଦାୟିତ୍ଵ ତୁଲାଇବା ପାଇଁ ଉତ୍ସାହିତ କରିଥିଲେ।
Ad..
ସରପଞ୍ଚ ମାନେ ଆଗାମୀ ଦିନରେ ଗ୍ରାମାଞ୍ଚଳ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଦୃଷ୍ଟି ଗୋଚର କରିଥିଲେ । ଉପସ୍ଥିତ ଥିବା ବିଭିନ୍ନ ଭି.ଏସ.ଏସ ର ସମସ୍ତ ସଭାପତି ଗଣ ତାଙ୍କର ସୁଚିନ୍ତିତ ମତାମତ ସହ ଜଙ୍ଗଲ ସୁରକ୍ଷା ପାଇଁ ମତରଖି ଥିଲେ। ଅଗ୍ନିଶମ କାର୍ଯ୍ୟାଳୟ ତରଫରୁ ରୁ ଆସିଥିବା ଭଗବାନ ଭୋଇ କବିତା ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ବିଭିନ୍ନ କାରଣ ଲୋକମାନଙ୍କୁ ଅବଗତ କରାଇଥିଲେ।
ପଦ୍ମପୁର ବନାଞ୍ଚଳ ଅଧିକାରୀ ଚଳିତ ସଂସ୍କରଣରେ ଜଙ୍ଗଲ ନିଆଁକୁ କିପରି ଆୟତ୍ତ କରିବା, ତା ପାଇଁ କରାଯାଇଥିବା ଯୋଜନା,କିପରି ବନ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଉଛି,ଜଙ୍ଗଲ ନିଆଁର ସୂଚନା କିପରି ସମସ୍ତେ ପାଇଥାନ୍ତି ତାହା ପୁଙ୍ଖାନୁ ପୁଙ୍ଖ ଭାବରେ ଉପସ୍ଥିତ ସଦସ୍ୟ ମାନଙ୍କୁ ସଚେତନତା ପାଇଁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜଗଦଲପୁର ବନପାଲ ରାଧାକାନ୍ତ କୁମ୍ଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ଜି.ଭି.ଏସ ତରଫରୁ କାର୍ଯ୍ୟରତ ପ୍ରକାଶ ହୋତା ସଭା ପରିଚାଳନା କରିଥିଲେ । ବନପାଲ ସରୋଜ ସାହୁ,ଦିବାକର ପ୍ରଧାନ,ଅଶ୍ଵିନୀ ଭୋଇଙ୍କ ସହିତ ସମସ୍ତ ହାତୀ ସାଥୀ ସ୍କ୍ୱାର୍ଡ ଓ ସମସ୍ତ ବନରକ୍ଷୀ ଉପସ୍ଥିତ ରହି ସାହାର୍ଯ୍ୟ କରିଥିବା ବେଳେ ପରିଶେଷରେ ବନପାଲ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
fire prevention
forest department
latest news
latest update
odisha daily current affairs




