୫୧ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ...
ବରଗଡ଼,୧୮/୧୨ : ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଅନୁଷ୍ଠିତ ହୋଇଛି ।
Ad..
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ମହୋଦୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ମହୋଦୟ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ମହୋଦୟ...
Ad..
ମାନ୍ୟବର ବିଧାୟକ ବିଜେପୁର ଶ୍ରୀ ସନତ କୁମାର ଗଡତିଆ ମହୋଦୟ ,ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରଶିଷ ଆଚାର୍ଯ୍ୟ ମହୋଦୟ, ସମ୍ମାନନୀୟା ବିଧାୟିକା ପଦ୍ମପୁର ଶ୍ରୀମତୀ ବର୍ଷା ସିଂ ବରିହା ମହୋଦୟା ଏବଂସମ୍ମାନନୀୟା ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମନିନୀ ଭୋଇଙ୍କ ସାମେତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପତ୍ର, ରାଜ୍ୟ ଶିକ୍ଷା ଗବେକ୍ଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦେଶକ ଶ୍ରୀ ମୋନଜ କୁମାର ପାଢି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରଦର୍ଶନୀର ଉଦ୍ଘାଟନୀ ସମାରୋହରେ ମଞ୍ଚାସୀନ ହୋଇ ସମସ୍ତ ଜିଲ୍ଲରୁ ଆସିଥିବା ବାଲ ବୈଜ୍ଞାନିକଙ୍କୁ ଉତ୍ସାହିତ କରିଥିଲେ ।
ପ୍ରଦର୍ଶନୀରେ ରାଜ୍ୟର ଜିଲ୍ଲାପ୍ରତି ୭ ଜଣ ଲେଖାଏଁ ବାଲ ବୈଜ୍ଞାନିକ ଉପସ୍ଥିତ ରହି ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ପରିବହନ ଏବଂ ଯୋଗାଯୋଗ, ପ୍ରାକୃତିକ ଚାଷ, ବିପର୍ଯ୍ୟୟ ପରିଚାଳନା, ଗଣିତ, ବର୍ଜ୍ୟବସ୍ତୁ ପରିଚାଳନା ଓ ଉତ୍ସ ପରିଚାଳନା ଭଳି ୭ଟି ବିଷୟବସ୍ତୁ ଉପରେ ମୋଟ ୨୧୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରିଥିବା ବେଳେ ୨୧୦ ଜଣ ସହଯୋଗୀ ଶିକ୍ଷକଙ୍କ ସମେତ ୩୦ ଜଣ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଯୋଗ ଦେଇଛନ୍ତି । ଏହି ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ଅଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
Report : Bijay ku sahu
Edited by k.s thakur...



