ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ...
ବରଗଡ଼,୦୫/୧୨ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମଧ୍ୟରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଇଥିବା ଜୀରାନଦୀ ହେବ ଯମୁନା। ତେବେ ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଅଞ୍ଚଳବାସୀଙ୍କ ମଧ୍ୟରେ ସେତିକି ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହେଉଛି।
Ad..
ବୁଧବାର ସନ୍ଧ୍ୟା ୬ଟା ୩୦ରେ ପରମ୍ପରା ଅନୁଯାୟୀ, ବରଗଡ଼ ହାଟପଦା ସଞ୍ଚାର ମଣ୍ଡଳୀରେ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପିତ ହୋଇଛି। ଏହି ଅବସରରେ ଅପରାହ୍ନ ୫ଟାରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ପୂଜାର୍ଚ୍ଚନା ପରେ ଅପରାହ୍ନ ୫ଟା.୩୦ମିନିଟ୍ରେ ସମଲେଶ୍ୱରୀ ମନ୍ଦିରରୁ ହାଟପଦା ସଞ୍ଚାର ମଣ୍ଡଳୀ ଅଭିମୁଖେ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା।
ସନ୍ଧ୍ୟା ୬ଟା ୩୦ରେ ଶୋଭାଯାତ୍ରା ହାଟପଦା ସଞ୍ଚାର ମଣ୍ଡଳୀ ପହଞ୍ଚିବା ପରେ ପୂଜାର୍ଚ୍ଚନା ସହିତ ସେଠାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା।ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦିତ୍ୟ ଗୋୟଲ, ଉପସଭାପତି ତଥା ଏସ୍ ପି ପ୍ରହଲ୍ଲାଦ ମୀନା କର୍ତ୍ତା କାର୍ଯ୍ୟ ନିର୍ବାହ କରିଥିଲେ। ଧନୁଯାତ୍ରାର ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ମହାମନ୍ତ୍ରୀ ଗୋଲାପ ଚନ୍ଦ୍ର ଦାଶ,ସମେତ ଅନ୍ୟ କଳାକାରବୃନ୍ଦ ଏବଂ ସମିତିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
bargargh
bargarh news
dhanu jatra
latest news
latest update
odisha daily current affairs
preparation
world famous


