କଣ୍ଟାବାଞ୍ଜି ରାମ ମନ୍ଦିର ମାନସ ଭବନ ରେ ରାମ କଥା ର ଆୟୋଜନ...

କଣ୍ଟାବାଞ୍ଜି ରାମ ମନ୍ଦିର ମାନସ ଭବନ ରେ ରାମ କଥା ର ଆୟୋଜନ...


କଣ୍ଟାବାଞ୍ଜି,୦୩/୧୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜଗନ୍ନାଥ ସାଂସ୍କୃତିକ ସଂସ୍ଥା ଓ ସାପ୍ତାହିକ ବଜାର ଉତ୍କଳ ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ମାନସ ଭବନ ରେ ରାମ କଥା ର ଆୟୋଜନ କରାଯାଇଛି।

            Ad..


ଆଚାର୍ଯ୍ୟ ଅନନ୍ତ ଚରଣ ମହାରାଜ ଙ୍କ ଦ୍ଵାରା ରାମ କଥା ୨୮ ନଭମ୍ବରୁ ଠାରୁ ଆରମ୍ଭ କରି ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ଶତାଧିକ ହିନ୍ଦୁ ଧର୍ମର ମହିଳା ପୁରୁଷ ଶ୍ରୀ ରାମ କଥା ରେ ଅଂଶ ଗ୍ରହଣ କରନ୍ତି। ପ୍ରଥମ ଦିନରେ ଶ୍ରୀ ରାମ କଥା ର ପ୍ରାରମ୍ଭ ଭଗବାନ ଶିବ ଙ୍କ ଗୋଟିଏ କଥା ରୁ ଆରମ୍ଭ କରାଯାଇଥିଲା।  

ଆଜିକାର ବ୍ୟସ୍ତ ବହୁଳ ଜୀବନ ରେ ଲୋକେ ଭଗବତ୍ ଚିନ୍ତା ଧାରା ରୁ ଦୂରେଇ ଯାଇ ଅନେକ ଦୁଶ୍ଚିନ୍ତା ,ଦ୍ଵେଶ ,କଲେଶ, ର ସମ୍ମୁଖୀନ ହେଉଛନ୍ତି। ପାଶ୍ଚାତ୍ୟ ସଭ୍ୟତା କୁ ଆପଣାଇ ହିନ୍ଦୁ ଧର୍ମ ପ୍ରତି ଆସ୍ଥା ଭାଙ୍ଗି ଦେଉଛନ୍ତି। ଏହି ସବୁ କୁ ଦୂରେଇ ଭଗବତ୍ ଚିନ୍ତା କୁ ଅନୁସରଣ କରି ନିଜ ଜୀବନ ରେ ସୁଖ ସମୃଦ୍ଧି କୁ ବାସ୍ତବିକତା ର ସ୍ୱରୂପ ଦେବା ପାଇଁ ଏହି କଥା ର ଆୟୋଜନ କରାଯାଇଛି।

ଗତକାଲି ସତସଙ୍ଗ କାର୍ଯ୍ୟକ୍ରମ ରେ ସହଯୋଗୀ  କର୍ତ୍ତା ହିସାବରେ ଶଙ୍କର ପୁଟେଲ ତାଙ୍କ ଧର୍ମପତ୍ନୀ ଏବଂ ବଣ୍ଟୁ ଶାଣ୍ଢ ତାଙ୍କ ଧର୍ମପତ୍ନୀ ପଙ୍କ ଜିନି ଶାଣ୍ଢ, ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତିକ ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ବେହେରା , ବିଜୟ ପୁଟେଲ  ବେଦବ୍ୟାସ ନାଗ, ଦେବରାଜ ଯାଦବ, ହରିହର ବାଗ ,ଦୀପକ ସେଲମା, ବାବୁ ସିଂ,ଶ୍ରୀ ଶ୍ରୀ ସାର୍ବଜନୀନ ଦୂର୍ଗା ପୂଜା ସପ୍ତାହିକ ବଜାର ସଭାପତି ପ୍ରେମ ବାଗ, ଚିନ୍ମୟ ଯୋଶୀ, ପ୍ରଦୀପ ବାଗ,ଘନଶ୍ୟାମ ଗହୀର , ଅତିଥି ମାନଙ୍କ ମଧ୍ୟରେ ଅଗ୍ରୱାଲ ସଭା ସଭାପତି କୈଳାଶ ଅଗ୍ରୱାଲ, ସମ୍ପାଦକ ସନ୍ତୋଷ ଅଗ୍ରୱାଲ, ରାମନବମୀ କମିଟି ସଭାପତି ରାଜେଶ କୁମାର ଶର୍ମା ପ୍ରମୁଖ ଙ୍କୁ ବ୍ୟାସ ଆଚାର୍ଯ୍ୟ ଶ୍ରୀ ଅନନ୍ତ ଚରଣ ଆଚାର୍ଯ୍ୟ ଙ୍କୁ ସ୍ଵାଗତ ଜଣାଇବା ସହ ଆଚାର୍ଯ୍ୟ ମଧ୍ଯ ମଞ୍ଚ ସମ୍ମାନିତ କରିଥିଲେ।




Edited by k.s thakur...

Post a Comment

Previous Post Next Post