ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା...
ଭୁବନେଶ୍ୱର,୧୨/୧୨ :ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି | ବିମାନ ବନ୍ଦରରେ ତାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ,ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଧାୟକ ବାବୁ ସିଂହ ପ୍ରମୁଖ ସ୍ବାଗତ କରିଥିଲେ।
Ad..
ଏହାପରେ ସେ ସିଧା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ।
Ad..
ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଭାବରେ ହିମନ୍ତ ବିଶ୍ୱଶର୍ମା ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରି ଆସନ୍ତାକାଲି ଆସାମ ଫେରିଯିବେ ହିମନ୍ତ ବିଶ୍ୱଶର୍ମା।
Edited by k.s thakur...
Tags:
2 days visit
Assam cm odisha visit
Bhubaneswar
Hemant viswa Sharma
latest
latest news
Odisha
odisha daily current affairs



