୨୧ ତମ ବରଗଡ ପୁସ୍ତକ ମେଳା ଆଜି ଠାରୁ ଯୋଗ ଦେଇଛନ୍ତି ୯୦ ରୁ ଉର୍ଦ୍ଧ୍ବ ଲବ୍ଧ ପ୍ରତିଷ୍ଠ ପ୍ରକାଶନୀ ଓ ମୁଦ୍ରଣ ସଂସ୍ଥା...

୨୧ ତମ ବରଗଡ ପୁସ୍ତକ ମେଳା ଆଜି ଠାରୁ ଯୋଗ ଦେଇଛନ୍ତି ୯୦ ରୁ ଉର୍ଦ୍ଧ୍ବ ଲବ୍ଧ ପ୍ରତିଷ୍ଠ ପ୍ରକାଶନୀ ଓ ମୁଦ୍ରଣ ସଂସ୍ଥା...


ବରଗଡ,୨୦/୧୧ : ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୧ ତମ ବରଗଡ ପୁସ୍ତକ ମେଳା ଆସନ୍ତା କାଲି ୨୦ ତାରିଖ ରେ ଉଦ୍ଘାଟିତ ହେବାକୁ ଯାଉଛି ।

Ad..


 ଏହି ପୁସ୍ତକ ମେଳା କୁ ପୁସ୍ତକ ମେଳା ର ପରମ୍ପରା ଅନୁଯାୟୀ ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ , ବରଗଡ ସାଂସଦ ପ୍ରଦୀପ ପୁରୋହିତ , ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ସମ୍ମାନିତ ଅତିଥି ଭାବରେ ଯୋଗଦେବା କୁ ଥିବା ବେଳେ , ଆସନ୍ତା ୨୯ ନଭେମ୍ବର ରେ ହେବାକୁ ଥିବା ଉଦଯାପନୀ ଉତ୍ସବରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ରାହୁଲ ଦେବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନଙ୍କ ସୂତ୍ରରୁ ପ୍ରକାଶ।

ପ୍ରଥମ ଦିବସରେ ପୁସ୍ତକ ମେଳା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହେବା ସାଙ୍ଗକୁ ପୁସ୍ତକ ମେଳା ପାଇଁ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ।ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ସଂସ୍କାର ଇଣ୍ଟର ନେସନାଲ ସ୍କୁଲ ଓ କ୍ରିଷ୍ଣା ବିକାଶ ସ୍କୁଲ ରେ ୨୧.୧୧.୨୦୨୪  ଦ୍ଵିତୀୟ ସନ୍ଧ୍ୟା ରେ ବିଦ୍ୟା ସାଗର ଏକାଡେମୀ ଓ ରେନବୋ ପବ୍ଲିକ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ, " ପୁସ୍ତକ ପ୍ରଭାବ ରେ ଗାନ୍ଧୀ ଓ ଗାନ୍ଧୀ ପ୍ରଭାବ" ଶୀର୍ଷକ ଆଲୋଚନାଚକ୍ର ରହିଛି। 

ଏଥିରେ ଆଲୋଚକ ଭାବରେ ଓଡ଼ିଶା ର ବିଶିଷ୍ଟ ବକ୍ତା ଦାଶ ବେନହୁର ଓ ଅଧ୍ୟାପକ କାମଦେବ ସାହୁ । ଆଲୋଚନାଚକ୍ର ସଂଯୋଜନା କରିବେ ଅଧ୍ୟାପକ ପ୍ରଦୀପ ହୋତା ।୨୨.୧୧.୨୦୨୪ ତୃତୀୟ ଦିବସ ରେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିବେ କ୍ରୀଷ୍ଣା ବିକାଶ ସ୍କୁଲ ର ଛାତ୍ର ଛାତ୍ରୀ ମାନେ। ଏହି ଅବସରରେ ଏକ ନାରୀ କବି ସମ୍ମିଳନୀ ଆୟୋଜିତ ହେବ । ଅଧ୍ୟାପିକା ଜୟଶ୍ରୀ ସାହୁ ଙ୍କ ସଭାପତିତ୍ବ ଓ କବୟତ୍ରୀ ସଂଗୀତା ପଣ୍ଡା ଙ୍କ ସଂଯୋଜନା ରେ ହେବାକୁ ଥିବା ଏହି ସମ୍ମିଳନୀ ରେ ଅତିଥି ଭାବରେ ବରଗଡ ପୌରାଧ୍ୟକ୍ଷା କଳ୍ପନା ମାଝୀ ଯୋଗଦେବେ।

ଏଥିରେ ଅତିଥି କବୟତ୍ରୀ  ଭାବରେ ମନୋରମା ପାଣିଗ୍ରାହୀ, ସାଗରିକା ସାହୁ , କ୍ଷୀରେଶ୍ୱରୀ ସା, ରେଣୁ ଅଗ୍ରୱାଲ , କମଳିନୀ ଦେବୀ, ସଂଗୀତା ରଥ, ସୁଷମା ଦାଶ, ସ୍ଵପ୍ନାରାଣୀ ସାହୁ , ପ୍ରଭାସିନୀ ହୋତା ଯୋଗଦେବେ । ୨୩.୧୧.୨୦୨୪ ତାରିଖ ଚତୁର୍ଥ ଦିବସ ସନ୍ଧ୍ୟାରେ ଏ ଇ ଏମ ସ୍କୁଲ , ସାନ ଡେନ୍ସ ଏକାଡେମୀ ସାଂସ୍କୃତିକ ଵିଚିତ୍ରା ପରିବେଷଣ କରିବାକୁ ଥିବା ବେଳେ ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେବାକୁ ଥିବା  " ଗଙ୍ଗାଧର ସାହିତ୍ୟ " ଶୀର୍ଷକ ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସମ୍ମାନିତ ଅତିଥି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସବିତା ପ୍ରଧାନ , ଶାନ୍ତି ନିକେତନ ର ପ୍ରଫେସର ମନୋରଞ୍ଜନ ପ୍ରଧାନ। 

ଅତିଥି ଆଲୋଚକ ଭାବରେ ଯୋଗ ଦେବେ ଡ. କୃଷ୍ଣ କେଶବ ଷଡ଼ଙ୍ଗୀ । ୨୪.୧୧.୨୦୨୪ ପଞ୍ଚମ ସନ୍ଧ୍ୟା ରେ ସାଂସ୍କୃତିକ ବିଚିତ୍ରା - ଡ୍ରାମା, ‘ଆଏଁଖ୍’, ଅତ୍ରି, ବରପାଲି ସେମ୍‌ରକ୍ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ିଆ ବିଭାଗ ପରିବେଷଣ କରିବେ । ଏହି ସନ୍ଧ୍ୟାରେ ଉମେଶ ବିଶ୍ଵାଲ ଙ୍କ ସଂଯୋଜନା ରେ ‘କ୍ୟାନସର ଓ ଜୀବନ ଶୈଳୀ’ ଶୀର୍ଷକ ଆଲୋଚନାଚକ୍ର ରେ ଆଲୋଚକ ଭାବରେ ଡା.ଶକ୍ତି କୁମାର ତ୍ରିପାଠୀ ଓ କବିରାଜ ନୀଳାମ୍ବର ଜୁଆଡ଼ି ଆଲୋଚନା ଭାବରେ ଯୋଗଦେବେ । 

ସେହିପରି ୨୫.୧୧.୨୦୨୪ ଷଷ୍ଠ ସନ୍ଧ୍ୟା ରେ ସାଂସ୍କୃତିକ ବିଚିତ୍ରା ରେ ଫ୍ଲୋରା, ଆଇ.ସି.ଆଇ.ସି. ସ୍କୁଲ ଓ ସଂସ୍କାର ଇଣ୍ଟର୍‌ନେସନାଲ ସ୍କୁଲ ପରିବେଷଣ କରିବେ । ସେହିଦିନ ସାମ୍ବାଦିକ ରବି ପଣ୍ଡା ଙ୍କ ସଂଯୋଜନା ରେ ‘ଗଣମାଧ୍ଯମର ଆହ୍ବାନ’ ପ୍ରସଙ୍ଗ ଆଲୋଚନାଚକ୍ର ରେ ଇଷ୍ଟର୍ଣ୍ଣ ମିଡ଼ିଆ ପ୍ରାଇଭେଟ୍ ଲି ର ଅଧ୍ୟକ୍ଷ ,ବରିଷ୍ଠ ସାମ୍ବାଦିକ ,ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଏହି ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିବେ । 

ସପ୍ତମ ଦିବସ ୨୬.୧୧.୨୦୨୪  ସନ୍ଧ୍ୟା ରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ୨୭.୧୧.୨୦୨୪ ଅଷ୍ଟମ ସନ୍ଧ୍ୟା ରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ରେ ନାଟ୍ୟମ୍‌, ଓଡ଼ିଶୀ ନୃତ୍ୟ ଏକାଡ଼େମୀ ଓ ରୋଟାରୀ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିବେଷଣ କରିବେ। ଉକ୍ତ ଦିନ ଡ. ରବି ନାରାୟଣ ସାହୁ ଙ୍କ ସଂଯୋଜନା ରେ "ସାଧାରଣ ଲୋକଙ୍କ ଠାରୁ ସାହିତ୍ୟ ଦୂରେଇ ଯାଉଛି କି ?" ଶୀର୍ଷକ ଆଲୋଚନାଚକ୍ର ରେ ଆଲୋଚକ ଭାବରେ ଡ. ପ୍ରଦୀପ ପଣ୍ଡା, ଦୁର୍ଗା ପ୍ରସାଦ ପଣ୍ଡା ଓ ଲକ୍ଷ୍ମୀନାରାୟଣ ହୋତା ଯୋଗଦେବେ। 

ନବମ ସନ୍ଧ୍ୟା ୨୮.୧୧.୨୦୨୪ ଦିନ ସନ୍ଧ୍ୟା ରେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିବେ ଲିଟିଲ୍ ଏଞ୍ଜେଲ୍ ପବ୍ଲିକ ସ୍କୁଲ, ବରପାଲି ର ଛାତ୍ର ଛାତ୍ରୀ ମାନେ । ଉକ୍ତ ଦିନ ହାସ୍ୟ କବି ସଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେବାକୁ ଥିବା ହାସ୍ୟ କବି ସମ୍ମିଳନୀ ରେ mdନିମନ୍ତ୍ରିତ କବି ରଂଜିତ ପ୍ରଧାନ, ନୀତୀଶ ଆଶ୍ଚର୍ଯ୍ୟ, ଅଧୁକାରୀ ସା, ରାମ ପ୍ରସାଦ ବାଗ, ମନୋରଞ୍ଜନ ଲୁହା ଓ ଆଶିଷ ସାହୁ ନିଜର ହାସ୍ୟରସାତ୍ମକ କବିତା ମାଧ୍ୟମରେ ଜନ ସାଧାରଣ ଙ୍କ ମନ ମୋହିବେ। 

ଦଶମ ତଥା ଉଦଯାପନୀ ସନ୍ଧ୍ୟା ୨୯.୧୧.୨୦୨୪ (ଶୁକ୍ରବାର) ସନ୍ଧ୍ୟା ୬ ଘ.୩୦ମି ରେ ମୁଖ୍ୟ ଅତିଥି ଓ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା ରାହୁଲ ଦେବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବାର୍ଷିକ ସ୍ମୃତି  ସମ୍ମାନ ଓ ମେଧା ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଗାନ୍ଧୀ ସ୍ମୃତି ପାଠାଗାର ସୂତ୍ରରୁ ପ୍ରକାଶ ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post