ଅପାର ଆଇଡି ପ୍ରସ୍ତୁତି ପାଇଁ ଅଭିଭାବକ ଙ୍କ ସମ୍ମତି ସଚେତନତା ବୈଠକ...

ଅପାର ଆଇଡି ପ୍ରସ୍ତୁତି ପାଇଁ ଅଭିଭାବକ ଙ୍କ  ସମ୍ମତି ସଚେତନତା ବୈଠକ...


ବରଗଡ଼,୩୦/୧୧ : ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ଶନିବାର ଶିକ୍ଷକ ଅଭିଭାବକ ସଂଘ ର ମାସିକ ବୈଠକ ରେ ଅପାର ଆଇ ଡି ପ୍ରସ୍ତୁତି ପାଇଁ ଅଭିଭାବକ ଙ୍କ ପାଇଁ  ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି। 

            Ad..


ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ ରେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ନୂତନ ଶିକ୍ଷା ନୀତି ଅନୁସାରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ ଅପାର ପରିଚୟ ପତ୍ର ପ୍ରସ୍ତୁତି  ହେବାକୁ ଥିବା ବେଳେ ଏଥି ପାଇଁ ଅଭିଭାବକ ଙ୍କ ଆଇନ ଗତ ସମ୍ମତି ପତ୍ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ସଚେତନତା କରାଯାଇଥିଲା। 

କାର୍ଯ୍ୟକ୍ରମ ରେ ଅଫିସ ଏସିଷ୍ଟାଣ୍ଡ ନନ୍ଦିତା ସାହୁ ଛାତ୍ର ଛାତ୍ରୀ ଙ୍କ ଅପାର ଆଇଡି କିପରି ପ୍ରସ୍ତୁତ କରାଯିବ ଏଥିରେ ଛାତ୍ର ଛାତ୍ରୀ ଙ୍କ କଣ ଲାଭ ହେବ ,ଓ ଭବିଷ୍ୟତ ରେ ଏହା କେଉଁ କେଉଁ କାର୍ଯ୍ୟ ରେ ବ୍ୟବହୃତ ହେବ ସେ ବିଷୟ ରେ ବିସ୍ତୃତ ଭାବେ ଉପସ୍ଥିତ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ।ଏହି ଅବସର ରେ   ଅଭିଭାବକ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post