ମଧ୍ୟରାତ୍ରୀରେ ସଡ଼କ ଦୁର୍ଘଟଣା,ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର...

ମଧ୍ୟରାତ୍ରୀରେ ସଡ଼କ ଦୁର୍ଘଟଣା,ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର...


କଣ୍ଟାବାଞ୍ଜି,୧୯/୧୧ : ମଧ୍ୟରାତ୍ରୀରେ ସଡ଼କ ଦୁର୍ଘଟଣା,ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର।ରାତ୍ରି ସାରା ଗୁରୁତର ଅବସ୍ଥାରେ କାର ଭିତରେ ପଡ଼ି ରହିଥିଲେ ଚାଳକ। 

        Ad..


ବେଳପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଛକ ଠାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟିହୋଇଛି କାର। ଦୁର୍ଘଟଣାରେ କାର ମାଲିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ପରିଚୟ କଣ୍ଟାବାଞ୍ଜିର ବ୍ୟବସାୟୀ ଆଦିତ୍ୟ ଅଗ୍ରୱାଲ ବୋଲି କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆଦିତ୍ୟ କଣ୍ଟାବାଞ୍ଜିରୁ ବେଳପଡ଼ା ଅଭିମୁଖେ ଯାଉଥିଲେ। ଉଡିଙ୍ଗ ଛକ ଠାରେ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ। 

ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ। ଆଦିତ୍ୟଙ୍କ ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।




Edited by k.s thakur...



Post a Comment

Previous Post Next Post