ଘେଁସ ଓ ପଦ୍ମପୁର ରେଞ୍ଜ ଅଂଚଳ ରେ ଦୁଇ ଦନ୍ତା ,୧୦ ଶାବକ ସହ ୨୩ ହାତୀ, ସ୍ଥାନୀୟ ଅଂଚଳରେ ଭୟର ବାତାବରଣ....
(ଛତିଶଗଡ ର ହାତୀ ପଲ ଏବେ ଓଡ଼ିଶା ମୁହାଁ )
ବରଗଡ଼,୨୯/୧୧ : ଛତିଶଗଡ଼ ର ହାତୀପଲ ଓଡ଼ିଶା ମୁହା । ଗାଁରେ ଜଙ୍ଗଲୀ ହାତୀପଲ ଆତଙ୍କ । ଦୁଇ ଦନ୍ତା ୧୦ ଛୁଆ ସହ ୨୩ ଟିକିଆ ହାତୀପଲ ପଶିଆସିଛନ୍ତି ଗାଁ ଭିତରକୁ ଯାହାକୁ ନେଇ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଜମଲା ଅଞ୍ଚଳରେ କୋକୁଆଭୟ ଦେଖା ଦେଇଛି । ଘରୁ ବାହାରିବା ପାଇଁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି ।
Ad..
ଘେଁସ ବନାଞ୍ଚଳରେ ୪ ଦିନ ଧରି ହାତୀପଲର ଆତଙ୍କ ଦେଖାଯିବା ପରେ ଏବେ ଗତ କାଲି ସନ୍ଧ୍ୟା ସମୟରୁ ପଦ୍ମପୁର ବନାଞ୍ଚଳ ର ଜମଲା ଅଞ୍ଚଳରେ ହାତୀପଲ କୋକୁଆ ଭୟ ସୃଷ୍ଟି କରିଛନ୍ତି। ପଲରେ ୧୦ ଗୋଟି ଛୋଟ ଛୁଆ ହାତୀ ରହିଥିବା ରୁ ଦନ୍ତା ଜଗି ରହୁଛି ଗତିବିଧି ଉପରେ ବନ ବିଭାଗର ନଜର ରହିଛି ବୋଲି ରେଞ୍ଜର ସୁଦାମ ଜିଲ୍ଲା କହିଛନ୍ତି।
ହାତୀ ପଲ ସ୍ଥାନୀୟ ଅଂଚଳରେ ଧାନ ନଷ୍ଟ କରିବାସହ ଲୋକ ଙ୍କୁ ଦେଖି ବିରକ୍ତ ହେଉଛନ୍ତି ଯାହା ଜଙ୍ଗଲ ବିଭାଗ ଓ ସାଧାରଣ ଲୋକ ଉଭୟ ସତର୍କ ନ ହେଲେ ସ୍ଥାନୀୟ ଗାଁ ଗୁଡ଼ିକରେ ବିପଦ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ଛତିଶଗଡ ଗୋମର୍ଦା ଅଂଚଳ ରୁ ଓଡ଼ିଶା ସୀମାନ୍ତରୁ ବରଗଡ଼ ଜିଲ୍ଲା ର ଘେଁସ ରେଞ୍ଜ ହୋଇ ଜମଲା ଅଂଚଳ ରେ ଜମାଇ ରହିଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
elephants from chhattisgarh
latest news
latest update
odisha daily current affairs


