ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ସମୀକ୍ଷା ବୈଠକ...

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ସମୀକ୍ଷା ବୈଠକ...


ବଲାଙ୍ଗୀର,୨୮/୧୧ : ଆଗାମୀ ଡିସେମ୍ବର ମାସ ଚାରି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ପରଖ ସର୍ବେକ୍ଷଣ ୨୦୨୪ର ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା।

            Ad..


ସର୍ବେକ୍ଷଣର ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅନୁଷ୍ଠାନର ଅଧ୍ୟକ୍ଷ ଡ.ଜୟ ପ୍ରକାଶ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ସମେତ ଚଉଦଗୋଟି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ଆଗାମୀ ଦିନରେ ବଲାଙ୍ଗୀର ଜିଲ୍ଲାରେ କିପରି ଭାବରେ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ର ସଫଳ ରୂପାୟନ ହୋଇ ପାରିବ ତାହାରି ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ପ୍ରକାଶ ଥାଉକି ଏହି ସର୍ବେକ୍ଷଣ ଜାତୀୟ ସ୍ତରରେ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ବିଦ୍ୟାର୍ଥିମାନଙ୍କ ଉପଲବ୍ଧି, ଶିକ୍ଷକ ଓ ବିଦ୍ୟାଳୟ ଉପରେ କରାଯିବାକୁ ସ୍ଥିର ହୋଇଛି।




Edited by k.s thakur...

Post a Comment

Previous Post Next Post