ବରଗଡ଼ ଜିଲ୍ଲା ଚଢା ଦରରେ ଅଖା ବିକ୍ରି ଚିନ୍ତା ରେ ଧାନ ଚାଷୀ...
ବରଗଡ଼,୨୯/୧୧ : ବରଗଡ଼ ଜିଲ୍ଲା ରେ ଧାନ କିଣା ସପ୍ତାହ ହେଲାଣି ହେଲେ କେତେକ ଚାଷୀ ଙ୍କ ଟୋକନ ଆସିନଥିବାରୁ ଚାଷୀ ଚିନ୍ତାରେ ଥିବାବେଳେ ଏପଟେ ଚାଷୀ ଙ୍କୁ ଅଖା ଚିନ୍ତା ପାରୁଛି । ଟୋକନ ର ଧାନ ବିକ୍ରୀ ତାରିଖ ଘୋଷଣା ହେବାପରେ ବିକଳରେ ଧାନ କାଟି ବିକ୍ରି ପାଇଁ ଚାଷୀ ଅପେକ୍ଷା କରି ରହିଥିବା ବେଳେ ଏପଟେ ଅଖା ସମସ୍ୟା ଦେଖା ଦେଲାଣି।
Ad..
ଅଖା ଅଭାବରୁ କେତେକ ଚାଷୀ ଧାନ ଜମାଇ ଅଖା ଯୋଗାଣ ପାଇଁ ଦୈଡୁଛନ୍ତି ହେଲେ ଚଢାଦରରେ ଝୋଟ ଅଖା ବିକ୍ରି ହେଉଛି । ସରକାରୀ ନିୟମ ପ୍ରଣୟନ ରେ ଚାଷୀ ଙ୍କୁ ଅଖା ଓ ସୁତୁଲି ଯୋଗାଇ ଦିଆଯିବା କଥା ହେଲା କେବେ ବି ଚାଷୀ ଙ୍କୁ ଅଖା ଦିଆଯାଉ ନ ଥିବା ରୁ ଚାଷୀ ଙ୍କ ସମସ୍ୟା ବଢିବାରେ ଲାଗିଛି। ବରଗଡ଼ ଜିଲ୍ଲା ରେ ଧାନ କିଣା ପାଇଁ ସମସ୍ତ ବ୍ୟବସ୍ଥା ସମାପନ ହୋଇଥିବା ର ସରକାରୀ ଓ ପ୍ରଶାସନ କହୁଥିବା ବେଳେ ବାସ୍ତବରେ କିନ୍ତୁ ଚିତ୍ର ଭିନ୍ନ ରହିଛି ଯାହାକୁ ନେଇ ଜିଲ୍ଲା ରେ ଚାଷୀ ଅସନ୍ତୋଷ ଦେଖା ଦେଇଛି।
ଝୋଟ ଅଖା ସଂଗ୍ରହ ଚାଷୀମାନେ ହଇରାଣ ହରକତ ହେଉଥିବା ବେଳେ ୨୮ ରୁ ୩୫ ଟଙ୍କା ଦରରେ ଅଖା, ଝୋଟ ବସ୍ତା ପ୍ରଭୃତି ବିକ୍ରି ହେଉଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସରକାରୀ ଦରରେ ଧାନ ବିକ୍ରୀ କରିବାକୁ ହେଲେ ଝୋଟ ବସ୍ତା ରେ ଧାନ ମଣ୍ଡିରେ ଗ୍ରହଣ ହେଉଥିବା ରୁ ଅଖା ବ ବ୍ଯବସାୟ ଫାଇଦା ନେଇ ଚାଷୀମାନଙ୍କୁ ଏକ ପ୍ରକାର ର ଶୋଷଣ କରୁଥିବା ଚାଷୀ ଅଭିଯୋଗ କରୁଛନ୍ତି।
ପୂର୍ବରୁ ଜରି ଅଖାରେ ମଣ୍ଡି ଧାନ କିଣା ହେଉଥିବା ବେଳେ କମ୍ ଦାମ୍ ଦେବାକୁ ପଡୁଥିଲା ଏବେ ଅଖାର ଚଢାଦାମ ସାଙ୍ଗରେ ଅଖା ଚିନ୍ତା ଚାଷୀ ଙ୍କ ମନୋବଳକୁ ଦୁର୍ବଳ କରୁଛି ଫଳରେ ଚାଷୀ ଙ୍କ ଧାନ ବିକ୍ରୀ ମହଙ୍ଗା ପଡୁଥିବା ର ଅଭିଯୋଗ ଉଠୁଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
dhaan mandi problem
latest news
latest update
odisha daily current affairs


