ଦୁର୍ଘଟଣାରେ ମୃତକ ପରିବାରକୁ ମିଲିଲା ବୀମା ରାଶି...

ଦୁର୍ଘଟଣାରେ ମୃତକ ପରିବାରକୁ ମିଲିଲା ବୀମା ରାଶି...


ଅମ୍ବାଭୋନା,୨୧/୧୦ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ର ରୁଚିଦା ପଂଚାୟତ ର ରୁଚିଦା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ତରଫରୁ ଗ୍ରାମବାସୀ ଙ୍କୁ ନେଇ ଏକ ସଚେତନତା ସଭା କରାଯାଇଥିଲା। 

Ad..


ଏହି ଅବସରରେ ବିଗତ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସଂକିର୍ତନ୍ଯ କଳାକାର ଅର୍ପଣ ଦେହେରୀ ଙ୍କ ବିଧବା ପତ୍ନୀ ତଥା ସ୍ୱନାମଧନ୍ୟା ସଂକୀର୍ତ୍ତନ ଗାୟିକା ଅଞ୍ଜନା ଦେହେରୀ ଙ୍କୁ ଚାରି ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିଲା। 

ଉକ୍ତ ସଭା ରେ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ସମ୍ବଲପୁର ଶାଖା ର ସିନିଅର ଟେରି ଟୋରି ମ୍ୟାନେଜେର ଶ୍ରୀ ଦୁର୍ଗାମାଧଵ ମିଶ୍ର, ରୁଚିଦା ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ୟାସୀ ଦେହେରୀ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଉପେନ୍ଦ୍ର ପଧାନ ଓ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ର ଅମ୍ବାଭୋନା ଅଞ୍ଚଳ ର ଏସ ବି ଆଇ ଲାଇଫ ମିତ୍ର ଶ୍ରୀ ନୁରାଧର ନାୟକ (ରାମ )ମଂଚାସୀନ ଥିଲେ। ଶତାଧିକ ଗ୍ରାମବାସୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭା ରେ ସାମିଲ ହୋଇଥିଲେ। 

ସ୍ବର୍ଗତ ଅର୍ପଣ ଦେହେରୀ ଙ୍କ ସ୍ତ୍ରୀ ଅଞ୍ଜନା ଦେହେରୀ ଉକ୍ତ ସଭା ରେ ଏସ ବି ଆଇ ଲାଇଫ ଇନ୍ସୁରାନ୍ସ ର ଟେରି୍ଟୋରୀ ମ୍ୟାନେଜେର ଶ୍ରୀ ମିଶ୍ର ଙ୍କ ଠାରୁ ଚାରି ଲକ୍ଷ ଟଙ୍କା ର ଏକ ଚେକ ଗ୍ରହଣ କରିଥିଲେ। ସ୍ବର୍ଗତ ଦେହେରୀ ଓ ତାଙ୍କର ସ୍ତ୍ରୀ ମିଶି ଏକ ହମ ସଫର ପ୍ଲାନ କରିଥିଲେ ବୋଲି ଶ୍ରୀ ମିଶ୍ର କହିଥିଲେ। ଏବଂ ତାଙ୍କର ପ୍ରିମିୟମ ଆଗକୁ ପୈଠ କରିବାକୁ ପଡ଼ିବନି  ଏବଂ ମାଚୁରିଟି ରାଶି ମଧ୍ୟ ପୁରା ପାଇବେ ବୋଲି କହିଥିଲେ। 

ସ୍ବର୍ଗତ ଅର୍ପଣ ଦେହେରୀ ଜଣେ କୀର୍ତ୍ତନ କଳାକାର ଥିଲେ ଓ ତାଙ୍କର ସ୍ତ୍ରୀ ଶ୍ରୀମତୀ ଅଞ୍ଜନା ଦେହେରୀ ମଧ୍ୟ ପ୍ରସିଦ୍ଧ କୀର୍ତ୍ତନ ଗାୟିକା ଅଟନ୍ତି ।ଦୁହେଁ ମିଶି ହମ ସଫର ପ୍ଲାନ କରିଥିଲେ ।ଅର୍ପଣ ଙ୍କ ର ଏକ କାର ଦୁର୍ଘଟଣାରେ ଜୀବନ ଚାଲି ଯାଇଥିବାରୁ ରବିବାର ତାଙ୍କୁ ତାଙ୍କର ବୀମା ରାଶି ମିଳି ପାରିଛି ବୋଲି ଏସ ବି ଆଇ ଲାଇଫ ମିତ୍ର ନୁରାଧର ନାୟକ (ରାମ ) ପ୍ରକାଶ କରିଛନ୍ତି।



Report : Bijay ku sahu

Edited by k.s thakur...




Post a Comment

Previous Post Next Post