ମହାତ୍ମାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ସେମିନାର...
ଅମ୍ବାଭୋନା,୦୮/୧୦ : ମହାତ୍ମାଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ, ଭୁକ୍ତାର ଶିକ୍ଷା ବିଭାଗ ତରଫରୁ "Role of Social Media in Education" ବିଷୟରେ ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଜିତ ହୋଇଛି।
Ad..
ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି କଳ୍ପନା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସେମିନାରରେ ଆମ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଆମ ଓଡ଼ିଶାର ଅଧ୍ୟାପକ ବିଦ୍ୱାନ ଯୋଗଦେଇ ସେମିନାରକୁ ମନୋଜ୍ଞ ପରିବେଶ ପ୍ରଦାନ କରିଥିଲେ ।
Ad..
ଭୋଜରାଜ ନାୟକ, ଶିକ୍ଷା ପ୍ରଦର୍ଶନକାରୀ, ଶିକ୍ଷା ବିଭାଗ, ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସୁବୋଧ ରଥ, ବିଭାଗ ପ୍ରମୁଖ, ଶିକ୍ଷା ବିଭାଗ, ସ୍ୱାଗତ ଭାଷଣ ତଥା ପାଠଚକ୍ରର ଆଭିମୁଖ୍ୟ ପ୍ରଦାନ କରିଥିଲେ।ଡ. ବିନୟ ପ୍ରତାପ ସିଂହ, ସହାୟକ ପ୍ରାଧ୍ୟାପକ, ଶ୍ୟାମ ଶିକ୍ଷା ମହାବିଦ୍ୟାଳୟ, ଶକ୍ତି, ଛତିଶଗଡ, ଆଜିର ଆଧୁନିକ ଯୁଗରେ ICT ଶିକ୍ଷାର ଅତ୍ୟାବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।
Ad..
ଡ. ତେଜରାମ ନାୟକ, ଅଧ୍ୟକ୍ଷ, ରାଇଗଡ ଶିକ୍ଷା ମହାବିଦ୍ୟାଳୟ, ରାଇଗଡ, ସ୍ନାତକ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମରେ ସୋସିଆଲ ମିଡିଆର ମହତ୍ୱ ଉପରେ PPT ମାଧ୍ୟମରେ ଦୃଷ୍ଟିପାତ କରିଥିଲେ ।ଶ୍ରୀମତି ଦିପ୍ତିମୟୀ ପାଣିଗ୍ରାହୀ, ଅଧ୍ୟକ୍ଷା, କଟାପାଲି ମହାବିଦ୍ୟାଳୟ, କଟାପାଲି, ବରଗଡ, ସୋସିଆଲ ମିଡିଆ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ।
ଶ୍ରୀମତି ସଂଗୀତା ଦାଶ, ସହାୟକ ପ୍ରାଧ୍ୟାପିକା, ଟ୍ରଷ୍ଟ ଫଣ୍ଡ କଲେଜ, ବରଗଡ଼, ସୋସିଆଲ ମିଡ଼ିଆର ସଦୁପଯୋଗ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। ସଭାପତି ଶ୍ରୀମତି କଳ୍ପନା ମିଶ୍ର ତାଙ୍କ ଅଭିଭାଷଣରେ ଆଜିର ଯୁଗରେ ସୋସିଆଲ ମିଡିଆର ଉପଯୋଗ କରି ନିଜ ନିଜ ବୌଦ୍ଧିକ ଜ୍ଞାନ କୌଶଳ ଅଭିବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ।ରୀମା ଗହୀର, ଦ୍ଵିତୀୟ ବର୍ଷ ଛାତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଶ୍ରୀମତି ଲୀନା ଦାଶ, ସହାୟକ ପ୍ରାଧ୍ୟାପିକା, ଶିକ୍ଷା ବିଭାଗ, ମଞ୍ଚ ସଂଚାଳନ କରିଥିଲେ।
Report : Bijay ku sahu
Edited by k.s thakur...




