ନିଗମାନନ୍ଦ ବିହାର ଠାରେ ସାଂସ୍କୃତିକ ସଂଧ୍ୟା" ଅର୍ଘ୍ୟ ଥାଳି " ଉଦଯାପିତ...
ବରଗଡ଼,୧୫/୧୦ : ବରଗଡ଼ ନିଗମାନନ୍ଦ ବିହାର ଦୁର୍ଗା ପୂଜା ଅବସର ରେ ତିନିଦିନ ଧରି ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ "ଅର୍ଘ୍ୟ ଥାଳି" ବିଜୟା ଦଶମୀ ରେ ଉଦଯାପିତ ହୋଇ ଯାଇଛି।
Ad..
ଏହି ଅବସର ରେ ମୋନାଲି ମହାପାତ୍ର ଙ୍କ ଦ୍ଵାରା ଅନୁଷ୍ଟିତ ସୁନ୍ଦରାକାଣ୍ଡ ପାରାୟଣ ରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଁ ଦୁର୍ଗା ଶାନ୍ତି ଦୟା କ୍ଷମା ର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ଏହି ଅବସର ରେ ପଡ଼ା ର ମହିଳା ମାନେ ଶ୍ରୀମତି ଛୁରିଆ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Ad..
ଅର୍ଘ୍ୟ ଥାଳି ର ପ୍ରଥମ ଦିବସ ରେ ଅଙ୍କିତ ସାହୁ ଓ ସାଥୀ ଙ୍କ ଭଜନ କାର୍ଯ୍ୟକ୍ରମ ରେ ଅତିଥି କଳାକାର ଟଫିକ ଖାନ ,ପ୍ରମୋଦ ଦାଶ ଯୋଗ ଦେଇ ଭଜନ ପରିବେଷଣ କରିଥିଲେ। ଦ୍ବିତୀୟ ଦିବସ ରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପୌର ଅଧ୍ୟକ୍ଷା କଳ୍ପନା ମାଝୀ ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଯୋଗ ଦେଇ ମଣ୍ଡପ ରେ ମାଁ ଙ୍କ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।
ପୂଜା କମିଟି ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଦ୍ବିତୀୟ ସନ୍ଧ୍ୟା ରେ ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ପୂର୍ବ ତନ ପୌର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଯୋଗ ଦେଇ ଥିବା ବେଳେ ଅନୁଷ୍ଟିତ ନୃତ୍ୟ ପ୍ରତିଯୋଗିତା ର କଳାକାର ଙ୍କୁ ପୁରସ୍କୃତ କରିଥିଲେ ।
ଏହି ଅବସର ରେ ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ,ସମ୍ପାଦକ ଟିକେଲାଲ ନାଏକ,ପୂଜା କମିଟି ସମ୍ପାଦକ ନବୀନ ସାବତ ପ୍ରମୁଖ ମଞ୍ଚା ସୀନ ଥିଲେ । ତିନି ଦିନ ଧରି ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ "ଅର୍ଘ୍ୟଥାଳି" କୁ ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ କାର୍ଯ୍ୟ କ୍ରମ ପରିଚାଳନା ରେ ଦୁର୍ଗା ପୂଜା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ଓ ମାଁ ଙ୍କ ମେଲାଣି ଶୋଭାଯାତ୍ରା ରେ ସମସ୍ତ ପଡ଼ା ବାସୀ ସାମିଲ ହୋଇଥିଲେ।
Report : Bijay ku sahu
Edited by k.s thakur...



