ମାଣ୍ଡୋସିଲ ଜୟ ବୁଢ଼ାରଜା କବାଡି: ବାହାଦୂରପୁର ହରାଇ ମାଗୁରପାଣି ଚମ୍ପିୟାନ...

ମାଣ୍ଡୋସିଲ ଜୟ ବୁଢ଼ାରଜା କବାଡି: ବାହାଦୂରପୁର ହରାଇ ମାଗୁରପାଣି ଚମ୍ପିୟାନ...


ପାଇକମାଳ,୧୬/୦୯ : ପାଇକମାଳ ବ୍ଳକ ମାଣ୍ଡୋସିଲ ସୋନିଆ ନଗର ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଜୟ ବୁଢ଼ାରଜା କବାଡି ଫାଇନାଲ ମ୍ୟାଚରେ ବାହାଦୂରପୁର (ଛତିଶଗଡ଼)କୁ ହରାଇ ମାଗୁରପାଣି (ନୂଆପଡ଼ା) ଚମ୍ପିୟାନ ହୋଇଛି। 

        Ad..


ଏଥିରେ ଜିଲ୍ଲାରୁ ଆରମ୍ଭ କରି ରାଜ୍ୟ ବାହାରୁ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ସଞ୍ଜୟ କୁମାର ମୁନ୍ନା, ତପନ କୁମାର ବହିଦାର, ରାଜୀବ ଲୋଚନ ସାହୁ, ତାପସ କୁମାର ସାହୁ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ।

           Ad.. 


ବୈବସୁତ ପ୍ରଧାନ, ଉମାଶଙ୍କର ସାହୁ, ପିତବାସ ସାହୁ, ଅନିଲ ଦାସ, ସରୋଜ ପ୍ରଧାନ, ଶଙ୍କର ପରାଭୂଏ ପରିଚାଳନା କରିଥିବା ବେଳେ ହରି ଭରାସାଗର ସ୍କୋରର ଥିଲେ। ଏହି ପ୍ରତିଯୋଗିତାକୁ ସୋନିଆ ନଗର ଗଣେଶ ପୂଜା କମିଟି କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post