ଡିସେମ୍ବର ୨୪ରୁ ସର୍ବଭାରତୀୟ ଛିନ୍ଦେଇକେଲା କପ...

ଡିସେମ୍ବର ୨୪ରୁ ସର୍ବଭାରତୀୟ ଛିନ୍ଦେଇକେଲା କପ...


ପାଇକମାଳ,୦୯/୦୯ : ପାଇକମାଳ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ୨୪ ରୁ ୩୦ ମଧ୍ୟରେ ସର୍ବଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଛି। 

             Ad..


ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ଚଳିତବର୍ଷ ପାଇଁ ସଭାପତି ଭାବେ ଜତିନ ସାହୁ, ଉପ-ସଭାପତି ପିଣ୍ଟୁ ସାହୁ,ସମ୍ପାଦକ କାହ୍ନୁଚରଣ ସାହୁ ଏବଂ କୋଷାଧକ୍ଷ ମଣ୍ଟୁ ସାହୁଙ୍କୁ ମନୋନୀତ କରାଯାଇଛି। 

           Ad..


ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮ଟି ଟିମଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ପାଇଁ ସ୍ଥିରୀକୃତ ହୋଇଛି।ହେମସାଗର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ସଦସ୍ୟ ପତିତପାବନ ସାହୁ, ପ୍ରଶାନ୍ତ ସାହୁ, ସ୍ୱତନ୍ତ୍ର ସାହୁ, ନିରାକାର ରଣା, ଅନିଲ ସାହୁ,ଆନନ୍ଦ ସାହୁ,ବିନନ୍ଦ ସାହୁ,ରାକେଶ ସାହୁ, ଆଶିଷ ସାହୁ, ଆକାଶ ସାହୁ, ଦୀପକ ସାହୁ, ସୁଶାନ୍ତ ସାହୁ,ଟୁନା ସୁନା, ସୁରେନ୍ଦ୍ର ସାହୁ, ଚିନ୍ମୟ ଭୋଇ,କବିରାଜ ସାହୁ,ସୁଗମ ସାହୁ ,ସୁପିନ ସାହୁ ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post