ମୁରିବାହାଲ ବ୍ଲକ ସ୍ତରୀୟ ଖୋଖୋ ଓ କବାଡି ଚୟନ ଶିବିର ଅନୁଷ୍ଠିତ...

ମୁରିବାହାଲ ବ୍ଲକ ସ୍ତରୀୟ ଖୋଖୋ ଓ କବାଡି ଚୟନ ଶିବିର ଅନୁଷ୍ଠିତ...


(୨୩ ଗୋଟି ବିଦ୍ୟାଳୟ ରୁ ୨୩୦ ପ୍ରତିଯୋଗୀ ଅଂଶ ଗ୍ରହଣ)

ମୁରିବାହାଲ,୧୫/୦୯ : ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଖୋଖୋ ଓ କବାଡି ଚୟନ ଶିବିର ଶନିବାର ଦିନ କସ୍ତୁରୀଵା ଗାନ୍ଧୀ ବାଳିକା ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଶିବିର ରେ ୨୩ ଗୋଟି ବିଦ୍ୟାଳୟ ରୁ ୨୩୦ ଜଣ ପ୍ରତିଯୋଗୀ ଅଂଗ୍ରହଣ କରି ଥିଲେ ।

              Ad..


ଏହି ଅବସରେ ପ୍ରତିଯୋଗୀ ମାନଙ୍କୁ ନେଇ ଉତଘାଟନି ଉତ୍ସବ ରେ ମୁରିବାହାଲ ବ୍ଲକ କ୍ରୀଡ଼ା ସଂଘ ର  ସମ୍ପାଦକ କୁବେର ଲାଲ ବେହେରା କଂର ଅଧକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରମ ରେ  ସାଂସଦ ଙ୍କର ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୁପେ ଉପସ୍ଥିତ ରହି କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡା ଶରୀର ବିକାଶ କରିଥାଏ ବୋଲି ବକ୍ତବ୍ୟ ପ୍ରଦାନ କରି ଥିଲେ।

           Ad..


ସମ୍ମାନିୟ ଅତିଥି ରୂପେ   କସ୍ତୁରୀଵା ଗାନ୍ଧୀ ବାଳିକା  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଥୟରାଜ ପ୍ରଧାନୀ, ଭାରପ୍ରାପ୍ତ  ପ୍ରଧାନ ଶିକ୍ଷକ ତରୁଣ ପୋଡ଼, ବରିଷ୍ଠ ଶାରୀରିକ ଶିକ୍ଷକ ରମେଶ ଚନ୍ଦ୍ର ବିଶି, ଓ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରି ଥିଲେ। 

ଏହା ପରେ  ୧୪ ବର୍ଷ ରୁ କମ ଓ ୧୭ ବର୍ଷରୁ କମ ଉଭୟ ବାଳିକା ଓ ବାଳକ ବିଭାଗ ରେ ଖୋଖୋ ଓ. କବାଡିରେ  ୨୩୦ ଜଣ ଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଥିଲା ସେ ମଧ୍ୟରୁ  ଖୋଖୋ ରେ ଉଭୟ ବିଭାଗ ରୁ ୪୮ ଓ କବାଡି ରେ ୪୦ ଜଣକୁ ଚୟନ କରା ଯାଇଥିଲା । ଖୋ ଖୋ ରେ ଚୟନ ହୋଇ ଥିବା ପ୍ରତିଯୋଗୀ ମାନେ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ୧୭ ରୁ ୧୯ ପର୍ଯ୍ୟନ୍ତ  ଦେଓଗାଁ ବ୍ଲକ ସୁରଧନ ହାଇସ୍କୁଲ  କୁତୁଳା ରେ ଭାଗ ନେଇ ପାରିବେ, ସେହିପରି କବାଡିରେ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗୀତା ବଙ୍ଗୋମୁଣ୍ଡା  ଚମାର ମେହେର ହାଇସ୍କୁଲ ରେ ୨୨ ରୁ ୨୪ ତାରିଖ ରେ ଭାଗ ନେଇ ପାରିବେ।

 ଉକ୍ତ ଶିବିର ର ଚୟନ ପ୍ରକ୍ରିୟାରେ ଶାରୀରିକ ଶିକ୍ଷକ ସନ୍ତୋଷ ମେହେର, ମହନ ପ୍ରଧାନୀ, ବୀରେନ୍ଦ୍ର କଟୁଆ ତିଲୋଚମ୍ପା ମାଝୀ, ଧର୍ମୁ ବାଗ, ପ୍ରମୁଖ ପରିଚାଳନା କରି ଥିବା ବେଳେ, ଶିବିର ଙ୍କୁ ବିନୋଦ କୁମାର ମହାପାତ୍ର  ସଂଯୋଜନା କରି ଥିଵା ବେଳେ ରାଧେଶ୍ୟାମ ବଘାର ଧନ୍ୟବାଦ ଅର୍ପଣ କରି ଥିଲେ।




Report : sudam baghar

Edited by k.s thakur...




Post a Comment

Previous Post Next Post