ରାଇଜ ଅଫ ଲାଏନ୍ସ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ : ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହୀତ...

ରାଇଜ ଅଫ ଲାଏନ୍ସ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ : ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହୀତ...


ବରଗଡ,୧୦/୦୯ : ବରଗଡ଼ ଜିଲ୍ଲା ସୋହେଲାରେ ରାଇଜ ଅଫ ଲାଏନ୍ସ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର ସକାଳେ ବରଗଡ଼ ସାଂସଦ  ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ ।

            Ad..


ଏହି ଶିବିରରେ ପାଞ୍ଚ ଜଣ ମହିଳା ସମେତ ମୋଟ ୩୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।ବରଗଡ଼ ରକ୍ତ ଭଣ୍ଡାରରୁ ଡାକ୍ତର ଏବଂ କର୍ମଚାରୀ ଗଣ ଏହି ଶିବିରକୁ  ପରିଚାଳନା କରିଥିଲେ । ସନ୍ଧ୍ୟାରେ ସମ୍ବଲପୁରୀ ରେମ୍ପ ସୋ  ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। 

          Ad..


ଚିତ୍ରାଙ୍କନରେ ସିନିଅର ବିଭାଗରେ ରଶ୍ମି ନାୟକ , ଝରଣା ଭୋଇ ଓ ଯତୀନ୍ଦ୍ର ବେହେରା , ଜୁନିଅର ବିଭାଗରେ ଦୀକ୍ଷାପ୍ରଭା କାଣ୍ଡ , ସତ୍ୟମ ପାଣ୍ଡେ , ତେଜସ୍ୱୀନୀ ବେହେରା ବିଜୟୀ ହୋଇଥିବା ବେଳେ ରେମ୍ପ ସୋ ପ୍ରତିଯୋଗିତାରେ  ସିନିଅର ବିଭାଗରେ ମାନ୍ୟତା ନାୟକ ,ରୁକିଆ ବାନୋ , ଇଶିକା ସାହୁ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

କିଶୋର ଗଡ଼ତିଆ , ସେବକ ମେହେର ଓ ସୁବାସିନୀ ସାହୁ ବିଚାରକ ଦାୟିତ୍ୱ ତୁଲାଇଥିଲେ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାରେ ସୋହେଲା ଗୌନ୍ତିଆ ଶ୍ରୀମନ୍ତ ଗୋପାଳ ନାୟକ ସଭାପତିତ୍ୱ କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ମୁଖ୍ୟ ଅତିଥି , ପୂର୍ବତନ ବିଧାୟକ ମହମ୍ମଦ ରଫିକ ସମ୍ମାନିତ ଅତିଥି ଏବଂ ରାମାଶିଷ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । 

ରାମାଶିଷ ତ୍ରିପାଠୀଙ୍କୁ ମଞ୍ଚ ଅଭିନୟ ,ନିର୍ଦେଶନା ଏବଂ ନାଟକ ରଚନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଞ୍ଜନ ପଧାନ ମଞ୍ଚ ସଂଯୋଜନା କରିଥିଲେ ।ରାହୁଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଆୟୋଜନ କମିଟିର ସଭାପତି ଉଦିତ ବାରିକ, କାର୍ଯ୍ୟକାରୀ ସଭାପତି  ଦୁର୍ଗାପ୍ରାସାଦ ଦାସ ,ଉପ ସଭାପତି ରୁଦ୍ର ପ୍ରତାପ ସାହୁ , ସମ୍ପାଦକ ରାହୁଲ ଠକ୍କର ,ଗୌରବ ଗୁପ୍ତା ,କେଶବ ବାଗ , ରାହୁଲ ବେହେରା , ଜୟନ୍ତ ପଧାନ , ସୁଜିତ ମହାନନ୍ଦ  ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ବଲପୁରର ପଞ୍ଚବାଦ୍ୟ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post