ସୁଭଦ୍ରା ସ୍ୱାଗତ ପଦଯାତ୍ରା ଓ ସାମୁହିକ ଆଲୋଚନାଚକ୍ର...
ଅମ୍ବାଭୋନା,୧୬/୦୯ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଭୁକ୍ତା ପଂଚାୟତ ରୁ ବାହାରି ମୁଖ୍ୟ ରାସ୍ତାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩୦୦ ରୁ ଉର୍ଧ୍ଵ ମହିଳା ଯୋଗଦେଇ ପହଂଚି ଥିଲେ।
Ad..
ସୂଚନା ଥାଉକି ମହିଳା ମାନଙ୍କ କଲ୍ୟାଣକାରୀ ଯୋଜନା "ସୁଭଦ୍ରା" ପାଇଁ ବର୍ତ୍ତମାନ ଆବେଦନ ଏବଂ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ମାନ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ଯାଏଁ ଜାରି ରହିଛି ।
Ad..
ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ପଦ ଯାତ୍ରାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମହିଳା, ସୁଭଦ୍ରା ଯୋଜନାର ଆବେଦନକାରୀ ମହିଳାଙ୍କ ସମେତ, ସି ଆର ପି, ଏମ ବି କେ, ବ୍ୟାଙ୍କ ମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ୩ ଶହରୁ ଉର୍ଦ୍ଧ୍ୱ ମହିଳା ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଯୋଗଦାନରେ ଏହି ଶୋଭାଯାତ୍ରା ବାହାରିଥିଲା।
ଏହି ସଚେତନତା ଶୋଭାଯାତ୍ରାରେ ଭୁକ୍ତା ସରପଞ୍ଚ ବଳରାମ ବିସର, ଭୁକ୍ତା ପଂଚାୟତ ର ସମସ୍ତ ସି ଆର ପି, ଏମ ବି କେ, ବ୍ୟାଙ୍କ ମିତ୍ର ଓ ବିଭିନ୍ନ ଗ୍ରୁପ ର ଶତାଧିକ ମହିଳା ମାନେ ଯୋଗଦାନ କରିଥିଲେ। ଏହି ପଦଯାତ୍ରା ସମାପନ ପରେପରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରେ ଏକ ସାମୁହିକ ଆଲୋଚନା ହୋଇଥିଲା।
ଏହି ଆଲୋଚନା ରେ ବ୍ଲକ ଉନ୍ନୟନ ଅଧିକାରୀ ଶଙ୍କର ବାଗ, ବି ପି ଏମ, ସି ଡି ପି ଓ, ବି ଆର ସି ଓ ଭୁକ୍ତା ସରପଞ୍ଚ ସୁଭଦ୍ରା ସମ୍ପର୍କରେ ସମସ୍ତଙ୍କୁ ସଚେତନତା କରିବା ସହ ସୁଭଦ୍ରା ଯୋଜନାକୁ ନେଇ ଉପୁଜିଥିବା ସମସ୍ତ ସନ୍ଦେହ ଏହି ଆଲୋଚନା ମାଧ୍ୟମରେ ଦୂରକରିବାକୁ ଚେଷ୍ଟା କରିଥିଲେ। ସମସ୍ତ ମହିଳାଙ୍କ ସହ ସୁଭଦ୍ରା ସମ୍ପର୍କିତ ସଂକ୍ଷିପ୍ତ ଆଲୋଚନା ପରେପରେ ସୁଭଦ୍ରା ସନ୍ଦେଶ କାନ୍ଥରେ ବି ଡି ଓ ଙ୍କ ସହ ମିଶି କିଛିକିଛି ସନ୍ଦେଶ ସହ ନିଜନିଜର ସ୍ୱ-ହସ୍ତାକ୍ଷର କରିଥିଲେ।
Report : Bijay ku sahu
Edited by k.s thakur...



