ବରଗଡ଼ ରେ ମହମ୍ମଦ ଜୟନ୍ତୀ ମହାସମାରୋହ ରେ ପାଳିତ, ଭବ୍ୟ ଶୋଭାଯାତ୍ରା ସହ ନଗରଭ୍ରମଣ...
ବରଗଡ,୧୬/୦୯ : - ମୁସଲମାନ ଧର୍ମର ପ୍ରତିଷ୍ଠାତା ହଜରତ ମହମ୍ମଦ ସାହବଙ୍କ ଜନ୍ମଦିନ ଇଦ୍-ଇ-ମିଲାଦ-ଅନ୍-ନବିର ପର୍ବ ବରଗଡରେ ମହାସମାରୋହ ରେ ପାଳିତ ହୋଇ ଯାଇଛି। ମୁସଲିମ ସମ୍ପ୍ରଦାୟ ପାଇଁ ଇଦ୍-ଇ-ମିଲାଦ-ଉନ-ନବିର ପର୍ବ ବିଶେଷ ମହତ୍ତ୍ୱ ରଖେ କାରଣ ଏହି ଦିନ ଇସଲାମ ଧର୍ମ ପ୍ରତିଷ୍ଠାତା ମହମ୍ମଦ ସାହେବଙ୍କ ଜନ୍ମ ୫୭୦ ଖ୍ରୀଷ୍ଟାବ୍ଦରେ ଆରବ ଦେଶ ର ମକ୍କା ସହରରେ ହୋଇଥିଲା. ଏହି ଅବସରରେ ବରଗଡ଼ ସୁନ୍ନି ମସଜିଦ କମିଟି ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ନଗର ଭ୍ରମଣ କରିଥିଲା।
Ad..
ବରଗଡ ସୁନ୍ନି ବରେଲବୀ ଜାମା ମସଜିଦ ସମ୍ମୁଖ ରେ ମୁସଲମାନ ଭାଇମାନେ ଏକତ୍ରିତ ହୋଇ ହାତରେ ପତାକା ଧରି ଧାର୍ମିକ ନାରା ସହ ଲେଙ୍ଗୁ ମିଶ୍ର ଛକ, ଥାନା ଛକ, ଏସପି ଅଫିସ୍ ଛକ୍, ଗାନ୍ଧୀ ଛକ୍ ଦେଇ ଇଦଗାହ ଠାରେ ପହଞ୍ଚି ଥିଲେ. ରାସ୍ତାରେ ବିଭିନ୍ନ ସ୍ଥାନରେ ମିଷ୍ଠାନ୍ନ ଏବଂ ସରବତ ବଣ୍ଟନ କରାଯାଇଥିଲା।
Ad..
ଏସପି ଅଫିସ ଛକରେ ପହଞ୍ଚିବା ପରେ ପୋଲିସ ଅଧିକାରୀମାନେ ଆୟୋଜକ କମିଟି ସଦସ୍ୟ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଶୁଭକାମନା ଜଣେଇ ଥିଲେ। ଇଦଗାହ ପହଞ୍ଚିବା ପରେ ହାଫିଜ ସାହିଦ ରଜା, ହାଫିଜ ମୁସ୍ତାକ, ନୁରୀ ମସଜିଦ ଇମାମ ମିଳିତ ଭାବେରେ ଧାର୍ମିକ ପତାକା ଉତ୍ତୋଳନ କରି ମହମ୍ମଦ ସାହେବଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୁ ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ ଏବଂ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।
ଶେଷରେ ସମସ୍ତଙ୍କୁ ଲଙ୍ଗର ବଣ୍ଟନ କରାଯାଇଥିଲା। ସମଗ୍ର ବିଶ୍ୱରେ ଥିବା ମୁସଲମାନମାନଙ୍କ ପାଇଁ ମସଜିଦ କମିଟିର ଅଧ୍ୟକ୍ଷ ଶେଖ ଅସଗର, ସଚିବ ମହମ୍ମଦ ନିଜାମ, ମହମ୍ମଦ ନଇମ, ମହମ୍ମଦ ବିକି, ଶେଖ ନସୀମ, ଶେଖ ନାଜିମୁଦ୍ଦିନ, ମହମ୍ମଦ ଆସକ୍ଲାନି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...



