ମୁରିବାହାଲ ବିଭିନ୍ନ ସ୍ଥାନ ରେ ବିଶ୍ବକର୍ମା ପୂଜା ପାଳନ...

ମୁରିବାହାଲ ବିଭିନ୍ନ ସ୍ଥାନ ରେ ବିଶ୍ବକର୍ମା ପୂଜା ପାଳନ...


ମୁରିବାହାଲ,୧୬/୦୯ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ର ବିଭିନ୍ନ ସ୍ଥାନ ରେ  ସୋମବାର ଦିନ ଶ୍ରୀ ବିଶ୍ବକର୍ମା ପୂଜା ପାଳନ ହୋଇଯାଇଛି।ଗୁଡିଘାଟ ପଞ୍ଚାୟତ୍ ଗୁଡିଘାଟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ରେ ଶ୍ରୀ ବିଶ୍ଵକର୍ମା ମହାପ୍ରଭୁ ଙ୍କ ପୂଜା କଳସ ଯାତ୍ରାସହ  ଆରମ୍ଭ ହୋଇଯାଇଛି। 

                Ad..


ଏଥିରେ ମୁରିବାହାଲ ସେକ୍ସନ ଅଫିସର  ମହମ୍ମଦ ଯୁନେଦ ଏଵଂସବଡ଼ିଭିଜନ ଅଫିସର ଜଗନ୍ନାଥ ପତି ଯୋଗଦାନ କରି  ବିଦ୍ୟୁତ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ୤। ଯେଉଁ ବିଦ୍ଯୁତ ଉପଭୋକ୍ତାମାନେ ପ୍ରତ୍ୟେକ ମାସରେ ତାଙ୍କର ବିଦ୍ୟୁତ୍ ବିଲ ଠିକ ଭାବରେ  ପୈଠ କରୁଛନ୍ତି ତାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

           Ad..


ପ୍ରଥମ ପୁରସ୍କାର -ମୋବାଇଲ ଫୋନ ,ବିଳାସିନୀ ହଂସ ଗ୍ରାମ ସାନଝରବାହାଲି ,ଦ୍ୱିତୀୟ ପୁରସ୍କାର - ସଙ୍ଗୀତ ଶ୍ରବଣ ଯନ୍ତ୍ର,ଲୁଚନ ବେହେରା ,ଗ୍ରାମ ଭୂତିଷଢା  ଏଵଂ ତୃତୀୟ ପୁରସ୍କାର - ମଦନ ବେହେରା ଗ୍ରାମ କୁର୍ଲୁବହାଲ ଙ୍କୁ ସୋଲାର ଲେମ୍ପ ପ୍ରଦାନ କରାଯାଇଥିଲା। 

ଅନୁଷ୍ଠିତ ବିଶ୍ଵକର୍ମା ପୂଜା ରେ  ଅଜିତ କୁମାର ତରିଆ ଏବଂ ତାଙ୍କ ସହଧର୍ମଣୀ  ପ୍ରାଣେଶ୍ୱରୀ ତରିଆ କର୍ତ୍ତା ଭାବରେ ଚଳିତବର୍ଷର ପୂଜାକାର୍ଯ୍ୟ ତୂଲାଇଥିଲେ ।ଏହି ପୂଜାକାର୍ଯ୍ୟ ରେ ସଞ୍ଜୟ କୁମାର ପରିଡ଼ା ସୁରେନ୍ଦ୍ର କୁମାର୍ ଆଚାରୀ, ରବି ମହାକୁର, ଲବ ସାହୁ, ଦୁଷ୍ମନ୍ତ ହଂସ,ସୁରେନ୍ଦ୍ର ବିଶୀ, ତ୍ରିନାଥ ମାଝୀ, ରୋହିତ ମାଝୀ, ପରୀକ୍ଷିତ ମାଝୀ, ନିରଞ୍ଜନ ସାହୁ, କାହ୍ନା ରାଉଳ, ରାଧେ ଠେଲା, ବୁର୍ଲା କର୍ମୀ, ବିକାଶ ବାଗ, ପରମେଶ୍ବର ତରିଆ, ଭୁବନେଶ୍ୱର ଥନାପତି, ବିଶ୍ୱଜିତ୍ ମହାକୁର, ଅରୁଣ ମହାକୁର, ଚମ୍ପେ ବାଗ, ଯୁବରାଜ ବୁଡ଼େକ୍, ସୁରେନ୍ଦ୍ର ମାଝୀ, କିଶୋର ବାଗ, ଉପେନ୍ଦ୍ର ଭୋଇ, ମଧୁସୂଦନ ହାତୀ, କରୁଣା ପୋଢ଼, ବିଶ୍ଵନାଥ ନାହାକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ମୁରିବାହାଲ ଡ୍ରାଇଭର ମହାସଂଘ ତରଫରୁ ଟୁନଟୁନି ମୁଣ୍ଡା ଛକ ଠାରେ ମହାଆଡ଼ମ୍ବର ରେ ବିଶ୍ବକର୍ମା ପୂଜା ପାଳନ ହେଉଥିବା ବେଳେ ମୁରିବାହାଲ ବିଦ୍ଯୁତ କାର୍ଯ୍ୟାଳୟ , ପାନୀୟ ଜଳଯୋଗାଣ କାର୍ଯ୍ୟାଳୟ, ତଥା ବିଭିନ୍ନ ଗେରେଜ ଓ ଆଖପାଖ ଅଞ୍ଚଳରେ ଧୁମଧାମରେ  ବିଶ୍ବକର୍ମା ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛିଏହା ସହିତ ଏହି ଅବସରରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ନେଇ କମିଟିର କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳେ।





Report : sudam baghar

Edited by k.s thakur...



Post a Comment

Previous Post Next Post