ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟଘାଟ...

ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟଘାଟ...


ପାଇକମାଳ,୨୯/୦୯ : ପାଇକମାଳ ବ୍ଳକ ମନଭଙ୍ଗ ଡ଼୍ୟାମ ଦୁର୍ଗେଇ ଦେବୀଙ୍କ ମଣ୍ଡପ ନିକଟରେ ନୃସିଂହନାଥ କୋଶଳ କଳାକାର ସଂଘ ଓ ସଂକୀର୍ତ୍ତନ କଳାକାରମାନଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଯାଇଛି। 

             Ad..


ପାନାଲାଲ ସେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କୋଶଳ କଳାକାର ସଂଘ ସଭାପତି ଟାଇଲ ଚନ୍ଦ୍ର ଭୋଇ ଓ ସମ୍ମାନୀତ ଅତିଥି ସମାଜସେବୀ ବଡ଼ ଶତପଥୀ, ବୟୋଜ୍ୟେଷ୍ଠ କଳାକାର ଶାନ୍ତିଲତା ପ୍ରଧାନ ଯୋଗ ଦେଇ ଆଞ୍ଚଳିକ ସଂକୀର୍ତ୍ତନ ଦଳ ଗୁଡିକ ଏକଜୁଟ ହୋଇ ଆଗାମୀ ଦିନରେ ମିଳିମିଶି କାମ କଲେ ସଂଘ ଶକ୍ତିଶାଳୀ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। 

ପଦ୍ମନ ପ୍ରଧାନ ଅତିଥି ପରିଚୟ ଦେଇଥିବା ବେଳେ ନରୋତ୍ତମ ଦାସ ସ୍ବାଗତ ଭାଷଣ ଦେଇ ସଭା ପରିଚାଳନା କରି ଥିଲେ। ଏଥିରେ ୮୫ ଗୋଟି ଆଞ୍ଚଳିକ ସଂକୀର୍ତ୍ତନ ଦଳଯୋଗ ଦେଇଥିଲେ। ମା ଦୁର୍ଗା ଦେବୀଙ୍କୁ ପୁଜା କରା ଯାଇ ନୁଆଁ ପ୍ରସାଦ ଲାଗି ପରେ ସମସ୍ତଙ୍କୁ ବଣ୍ଟନ କରା ଯାଇ ଥିଲା। 

ଆଗାମୀ ଦିନରେ ବିରାଟ ସଂକୀର୍ତ୍ତନ ମହାସଭା ପୁରେନା ଗ୍ରାମରେ କରାଯିବା ନେଇ ପ୍ରସ୍ତାବ ଗ୍ରହଣ କରାଗଲା। ସଂଗୀତା ଧରୁଆ, ସରସ୍ବତୀ ଭୋଇ, ଚନ୍ଦ୍ରିକା ବିଶ୍ୱାଳ,ଚନ୍ଦ୍ରମଣି ସାହୁ, ଗୌରାଙ୍ଗ ଭାଇ, ଉସତ ଭାଇ, ବିଶିକେଶନ ଭାଇ  ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଶେଷରେ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଦେଇ ଥିଲେ।





Report : Bijay ku sahu

Edited by k.s thakur...

Post a Comment

Previous Post Next Post