ଆଞ୍ଚଳିକ ସାଧନକେନ୍ଦ୍ର କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳିତ...
କଣ୍ଟାବାଞ୍ଜି,୦୫/୦୯ : " ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ", କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଞ୍ଚଳିକ ସାଧନକେନ୍ଦ୍ର କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ମହାଆଡମ୍ବର ରେ ପାଳିତ ହୋଇ ଯାଇଛି।
Ad..
ଉକ୍ତ ସଭାରେ ବିଶିଷ୍ଟ ଶିଶୁ ସାହିତ୍ୟିକ,ସାହିତ୍ଯ ଏକାଡେମୀ ଦ୍ବାରା ପୁରସ୍କୃତ ମାନନୀୟ ଡ.ଯୁଗଳ କିଶୋର ଷଢଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ପବିତ୍ର ଗୁରୁଦିବସରେ ତାଙ୍କୁ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ମାନପତ୍ର ଦ୍ବାରା ସମ୍ମାନିତ କରାଯାଇଥିଲା।
Ad..
ଏହି ସଭାରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନନୀୟ ଶ୍ରୀଯୁକ୍ତ ଦିନେଶ ମହାନନ୍ଦ, କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଯୋଶୀ, ବିଶିଷ୍ଠ ଶିଶୁ ସାହିତ୍ୟିକ ବିରଞ୍ଚିନାରାୟଣ ଦାଶ, ତଥା କଣ୍ଟାବାଞ୍ଜି ଏନଏସି ର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିଥିଲେ।
Edited by k.s thakur...



