ମିଠାପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ...

ମିଠାପାଲି ଗ୍ରାମରେ ନୂଆଁଖାଇ ଭେଟଘାଟ...


ପାଇକମାଲ,୦୯/୦୯ : ପାଇକମାଳ ବ୍ଲକ ଅନ୍ତର୍ଗତ ମିଠାପାଲି ଗ୍ରାମରେ ନୂଆଁଖାଇ ଧୂମଧାମରେ ପାଳନ କରାଯାଇଛି।ନୁଆଁଖାଇ ପରେ  ଅପରାହ୍ନ ୪ଟାରେ  ନୂଆଁଖାଇ  ଭେଟ ଘାଟ ଅନୁଷ୍ଠିତ ହୋଇଥିଲା। 

Ad..


ଏଥିରେ ଗ୍ରାମ ପରିଚାଳନା କମିଟି ର ସଭାପତି ତ୍ରିଲୋଚନ ସାହୁ, ସମ୍ପାଦକ ପାନାଲାଲ ସେଟ,କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ, ଗ୍ରାମର  ବୟୋଜ୍ୟେଷ୍ଠ ଗୋପାଳ ଚନ୍ଦ୍ର ସେଠ,ଗୁପତରାମ ବାରିକ ଓ ଗ୍ରାମର ବହୁ ସଂଖ୍ୟାରେ ଜନ  ସମାଗମ ହୋଇଥିଲା। 

           Ad..


ସର୍ବ ପ୍ରଥମେ ମାଁ ସମ୍ବଳେଶ୍ଵରୀ ଦେବୀ, ଶ୍ରୀ ଶ୍ରୀ  ନୃସିଂହ ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା  କରି ନବାନ୍ନ ଭୋଗ ଲାଗି କରାଯାଇଥିଲା।  ପରେ କୁରେଇ ପତ୍ରରେ ନବାନ୍ନ ବଣ୍ଟନ କରାଯାଇ ଥିଲା। ଆସନ୍ତା ବର୍ଷରେ ଏହି ନୂଆଁଖାଇ ଭେଟ ଘାଟ  ମହା ସମାରୋହ ରେ ପାଳନ କରିବାକୁ ମତ ପ୍ରକାଶ ପାଇ ଥିଲା।ଶେଷରେ କମିଟିର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।





Report : Bijay ku sahu

Edited by k.s thakur...




Post a Comment

Previous Post Next Post