ଆସନ୍ତା ୨୮ ରେ ମୁକ୍ତିଲାଭ କରିବାକୁ ଯାଉଛି ସମ୍ବଲପୁରୀ ଫିଲ୍ମ ବୁନକର୍ ପିଲାର କାଏ ଦୋଷ...
ବରଗଡ଼,୧୬/୦୯ : ଆସନ୍ତା ୨୮ ରେ ବରଗଡ଼ ଜିଲ୍ଲା ପଦ୍ମପୁର ରାଜାଜୀ ଟାଉନ୍ ହଲ୍ ଠାରେ ମୁକ୍ତିଲାଭ କରିବ ସମ୍ବଲପୁରୀ ଫିଲ୍ମ ବୁନକର୍ ପିଲାର କାଏ ଦୋଷ। ସ୍ବତନ୍ତ୍ର ଭାବରେ ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ସମେତ ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ରେ ସୁଟିଂ ହୋଇଥିବା ଏକ ସମାଜ ଭିତ୍ତିକ ଚଳଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି।
Ad..
ତିଷ୍ଠି ଓ ଏସ୍ ଏସ୍ ମିଡିଆ ର ମିଲିତ ସହଯୋଗ ରେ ନିର୍ମିତ ଚଳଚ୍ଚିତ୍ର ରେ ସମାଜ ଉପରେ ଗଠନ, ଚିନ୍ତାଧାରା, ରହନସହନ ପ୍ରଭୃତି ର କାହାଣୀକୁ ରୂପାନ୍ତରିତ କରାଯାଇ ଜୀବନ୍ତ ପ୍ରୟାସ କରିବାକୁ ପ୍ରୟୋଜକ ଚେଷ୍ଟା କରିଛନ୍ତି ବୋଲି ଏକ ପ୍ରେସମିଟ ମାଧ୍ୟମରେ ସୂଚନା ଦିଆଯାଇଛି।
Ad..
ଏଥିରେ ବିଶିଷ୍ଟ ଓଲିଉଡ କଳାକାର ରତନ ମେହେର, ହେମରାଜ ମେହେର,ଖୁସି ମହାରଣା, ପ୍ରଫୁଲ୍ଲ ମେହେର,ଝିଲି ଟୁଇଙ୍କଲ, ଶାନ୍ତି,ତେଜ, ପ୍ରମୁଖ ପଚାଶ ରୁ ଉର୍ଦ୍ଧ୍ବ କଳାକାର ଅଭିନୟ କରିଥିବା ବେଳେ ହେମରାଜ ମେହେର ଙ୍କ ନିର୍ଦ୍ଦେଶନାରେ ଓ ଅଶିମା ପଣ୍ଡା,ମିଟୁଓ ସ୍ବାଗତ ଙ୍କ ସଂଗୀତ ନିର୍ଦ୍ଦେଶନା ରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ୨୮ ତାରିଖ ପଦ୍ମପୁର ଠାରେ ଏହି ଚଳଚ୍ଚିତ୍ର କୁ ଦେଖିବାକୁ ମିଷ୍ଟି ସଂସ୍ଥା ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି।
Report : Bijay ku sahu
Edited by k.s thakur...




Very Good
ReplyDelete