ବରଗଡ଼ ଟାଟା ପାୱାର ବିରୁଦ୍ଧରେ ପୁଣି ଆନ୍ଦୋଳନ ଆଜି ସୋହେଲା ର ଘେଁସ ଠାରେ ମିଟର ଫିଙ୍ଗିଲେ ଚେତାବନୀ ଦେଲେ ଗ୍ରାହକ...

ବରଗଡ଼ ଟାଟା ପାୱାର ବିରୁଦ୍ଧରେ ପୁଣି ଆନ୍ଦୋଳନ ଆଜି ସୋହେଲା ର ଘେଁସ ଠାରେ ମିଟର ଫିଙ୍ଗିଲେ ଚେତାବନୀ ଦେଲେ ଗ୍ରାହକ...


ବରଗଡ଼,୨୮/୦୮ : ବରଗଡ଼ ଜିଲ୍ଲାରେ ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ଶୁଣାଇଲେ ଚରମ ବାଣୀ, ଆଜି ଘେଁସ ଗ୍ରୀଡ଼ ଅଞ୍ଚଳ ର ଚାଷୀ ଏବଂ ବିଦ୍ୟୁତ ଗ୍ରାହକ ସ୍ମାର୍ଟ ମିଟର ରେ ବିଲ ଦେବୁ ନାହିଁ କହି ନିଜନିଜ ଘରେ ବା ଜମିରେ ଲାଗିଥିବା ସ୍ମାର୍ଟ ମିଟର ଖୋଲି ଆଣି ଗ୍ରୀଡ଼ ଠାରେ ଫେରାଇ ଦେଇଛନ୍ତି ଏବଂ ସବୁ ସ୍ମାର୍ଟ ମିଟର ଖୋଲି ଆଣିବାକୁ ଟାଟା ପାୱାର କର୍ମଚାରୀ ମାନଙ୍କୁ ଚେତାବନୀ ଦେଇଛନ୍ତି । 

Ad..


ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଡାକରାରେ ମୁରଲୀ ଭୋଇ ଙ୍କ ନେତୃତ୍ୱ ରେ ବରଗଡ଼ ଜିଲ୍ଲାର ସବୁ ବ୍ଲକ କୃଷକ ସଂଗଠନ ମାନେ ଯୋଗ ଦେଇଥିଲେ। ପ୍ରଥମେ ହାଇସ୍କୁଲ ପଡିଆ ଠାରେ ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ବୀର ସହିଦ ମାଧୋ ସିଂ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ କରି ହଜାର ହଜାର ବିଦ୍ୟୁତ ଉପଭୋକ୍ତା ମାନେ ଟାଟା କମ୍ପାନୀ ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା ରେ ବାହାରି ଥିଲେ। 

           Ad..


ପାଖାପାଖି 15 ଟି ପଞ୍ଚାୟତ ର 3 ହଜାର ରୁ ଉର୍ଦ୍ଧ୍ୱ ମିଟର ଆଣି ଗଣତାନ୍ତ୍ରିକ ଉପାୟ ରେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରୀଡ଼ ସମ୍ମୁଖରେ ରଖିଦେଇଛନ୍ତି। ଗ୍ରୀଡ଼ ସମ୍ମୁଖରେ ଗୋଟିଏ ପଥପ୍ରାନ୍ତ ସଭା ମଧ୍ୟ ହେଲା। 

ଯେଉଁଥିରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, କୌଶଳ ସେନା ସୁଶାନ୍ତ ମିଶ୍ର, କୁଦାର୍ଥ ପଧାନ,ଭେଡେନ କୃଷକ ସଂଗଠନରେ ସୁଦାମ ପାତ୍ର, କୃଷକ ପରିବାର ର ଶାନ୍ତନୁ ମାଝୀ, ବିଜେପୁର କୃଷକ ସଂଗଠନ ର ସୁବାସ ପଧାନ, କେନ୍ଦ୍ରପାଳି ର ଭଗବାନ ପଧାନ , ରାଜ ବୋଡାସମ୍ବର କୃଷକ ସଂଗଠନ ର ଅରବିନ୍ଦ ପଣ୍ଡା, ଲିଙ୍ଗରାଜ ପଧାନ, କୈଳାଶ ବାରିକ, କାହ୍ନୁ ମେହେର,ବୈଲୋଚନ ପଧାନ ଚାଷୀ ନେତା ମାନେ ବକ୍ତବ୍ୟ ରଖି ଏହି ଆନ୍ଦୋଳନ କୁ ଆହୁରୀ ଦୁର୍ବାର ଏବଂ ପ୍ରଭାବ ଶାଳୀ କରିବା ପାଇଁ ନିବେଦନ କରିଛନ୍ତି। 

ବିଦ୍ୟୁତ ସମସ୍ୟା ନୁଆଁ ନୁହେଁ ବା ଏହି  ଆନ୍ଦୋଳନ ପ୍ରଥମ ନୁହେଁ। ପ୍ରତେକ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋ ଭୋଲଟାଜ, ଅଘୋଷିତ ବିଦ୍ୟୁତ କାଟ ବା ସ୍ମାର୍ଟ ମିଟର କୁ ନେଇ ଆନ୍ଦୋଳନ, ଦାବିପତ୍ର ପ୍ରଦାନ, ଆଲୋଚନା ପ୍ରକ୍ରିୟା ହୋଇଅଛି। 

ବିଦ୍ୟୁତ ଗ୍ରାହକ ମାନେ ଆଣିଥିବା ସ୍ମାର୍ଟ ମିଟର ବିଦ୍ୟୁତ କଟିଯାଇଥିଲେ ମଧ୍ୟ୍ୟ ମିଟର ଚାଲୁଥିବା ଦେଖିବାକୁ ମିଳିଥିଲା ଏବଂ ଘରେ ଲାଗିଥିବା ମିଟର ରେ 1000/ 1200 ଟଙ୍କା ବିଲ ଆସୁଥିବା ବେଳେ ଚାଷ ପାଇଁ ବିଦ୍ୟୁତ ବିଲ 3 ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଆସୁଥିବା ପ୍ରକାଶ କରିଛନ୍ତି । 

ପରେ ସହିଦ ମାଧୋ ସିଂ ନାଁ ରେ ଘେଁସ କଲେଜ କୁ ନାମିତ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳୀ କଲେଜ ପ୍ରିନସିପାଲ ଙ୍କୁ ଭେଟି ପ୍ରସ୍ତାବ ପତ୍ର ଦେଇଛନ୍ତି ଏବଂ ଘେଁସ ଅଞ୍ଚଳ କୁ ନୂତନ ବ୍ଲକ ଭାବେ ମାନ୍ୟତା ଦେବା ପାଇଁ ମଧ୍ୟ୍ୟ ସର୍ବସମ୍ବତ ପ୍ରସ୍ତାବ ମଧ୍ୟ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ କୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଆରକ୍ଷକ ଅଧିକାରୀ ତପନ ମହାନ୍ତି, SDPO ବିଭୁତି ଭୋଇ ଙ୍କ ସମେତ ତିନି ପ୍ଲାଟୁନ ପୋଲିସ ମୁତୟନ ଥିଲେ।

ପ୍ରଭାତ ସାହୁ,ମୁରଲୀ ଭୋଇ, ପ୍ରେମରାଜ ସାହୁ,ଗୋରାଚାନ୍ଦ ଭୋଇ,ଚନ୍ଦ୍ରଶେଖର ପୁରୋହିତ,ରିତୁ ସାହୁ, ଯଶୋବନ୍ତ ପଧାନ, ଦିବ୍ୟ ଭୋଇ, ଉତ୍ତମ ଭୋଇ, ଗଣପତି ପଧାନ, ସଦାନନ୍ଦ ସାହୁ, ନିର୍ମଳ ପଟେଲ, ନେହେରୁ ପଟେଲ, କାନ୍ତ ପଟେଲ,ଅମୃତ ପଧାନ, କୁଞ୍ଜବିହାରୀ ପଧାନ, ସଂଜୀବ ପଧାନ,ବଳଦେବ ମଲ୍ଲିକ, କୃତାର୍ଥ ପଧାନ,ରାଜେଶ ନନ୍ଦ,କ୍ଷୀରସିନ୍ଧୁ ବାରିକ, ଲକ୍ଷପତି ସାହୁ, ମହେନ୍ଦ୍ର ନାଗ, ଅରକ୍ଷିତ ମହାକୁଡ଼, ଅମୃତ ଭୋଇ ପ୍ରମୁଖ ଙ୍କ ଯୋଗଦାନ ଓ ନେତୃତ୍ବରେ ଶତାଧିକ ଚାଷୀ ଓ ଗ୍ରାହକ ଯୋଗଦାନ ଦେଇଥିଲେ।




Report : Bijay ku sahu

Edited by k.s thakur...



1 Comments

  1. ସ୍ମାର୍ଟ୍ ମିଟର ରେ ବିଲ ବେଶୀ ଆସୁଛି କିନ୍ତୁ
    ବିଲ ପଇସା ଦେଲେ କେବଳ ପୈଠ ବିଲ ରସିଦ ଦଉଛି କମ୍ପାନୀ କିନ୍ତୁ ମାଇନସ କେତେ ଟଙ୍କା ରହୁଛି ତାହା କେହି ଜାଣି ପାରୁନାହାନ୍ତି,,,,

    ଏଣୁ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଓଡ଼ିଶାରେ ତୀବ୍ର ହେବା ଉଚିତ୍


    ଜୟ କୋଶଳ

    ReplyDelete
Previous Post Next Post