ଅଜଣା ଗାଡ଼ି ଧକ୍କାରେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ...
କଣ୍ଟାବାଞ୍ଜି,୦୯/୦୮ : ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପର୍କୀୟ ଲୋକେ କ୍ଷତିପୂରଣ ଦାବି କରି କଣ୍ଟାବାଞ୍ଜି ରୁ ବଲାଙ୍ଗୀର ରାସ୍ତା ଚଟୁଅନକା ଶାନ୍ତି ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଅବରୋଧ କରିଥିଲେ।
Ad..
ବେଲପଡା ଥାନା ଅନ୍ତର୍ଗତ ମୁଣ୍ଡାପଡ଼ା ଗାଁର ପରିବା ବ୍ୟବସାୟୀ ଜଳନ୍ଧର ଦୀପ କଣ୍ଟାବାଞ୍ଜି ବଜାରକୁ ପରିବା କିଣିବାକୁ ଆସୁ ଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ମୃତକଙ୍କ ସମ୍ପର୍କୀୟ।
କଣ୍ଟାବଞ୍ଜି ପୁଲିସ ଅଧିକାରୀ ରଶ୍ମିତା ବେହେରା ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ମିଳିବ ବୋଲି ଆଶ୍ୱାସନା ଦେବା ପରେ ରାସ୍ତାରୋକ ହଟିଥିଲା। ମୃତକ ଶବ ବ୍ୟବଛେଦ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି।
Edited by k.s thakur...


