ପାଣି ଭର୍ତ୍ତି ଗାତ ରୁ ଯୁବକ ମୃତ ଦେହ ଉଦ୍ଧାର...
କଣ୍ଟାବାଞ୍ଜି/ତୁରେକେଲା,୧୮/୦୮ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ୍ ଅନ୍ତର୍ଗତ ବଡ଼ବାଙ୍କୀ ଗ୍ରାମରେ ବିଗତ କାଲି ଗୋଟିଏ ପାଣି ଭର୍ତ୍ତି ଗାତ ରୁ ଯୁବକ ମୃତ ଦେହ ଉଦ୍ଧାର କରିଛି ତୁରେକେଲା ପୋଲିସ।
Ad..
ସୂଚନା ଅନୁସାରେ, ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଜଣେ ଯୁବକ ଶୌଚ ପାଇଁ ବିଳ ପଟକୁ ଯାଇଥିଲା। ରାତ୍ର ହେବା ପରେ ମଧ୍ୟ ଯୁବକ ର କୌଣସି ଖୋଜ ଖବର ନ ପାଇ ପରିବାର ଲୋକେ ତୁରେକେଲା ପୋଲିସ ଥାନା ରେ ଲିଖିତ ଏତଲା ଦେଇଥିଲେ।
Ad..
ତୁରେକେଲା ପୋଲିସ ଲିଖିତ ଏତଲା ପାଇବା ପରେ ଯୁବକ ର ଖୋଜ ଖବର ପାଇଁ ଚେଷ୍ଟା ଚଳାଇ ଥିଲା। ଶନିବାର ସକାଳ ସମୟ ରେ ପୋଲିସ କୁ ଖବର ମିଳିଲା ଯେ ବଡ଼ବାଙ୍କୀ ଗ୍ରାମର ଗୋଟିଏ ପାଣି ଭର୍ତ୍ତି ଗାତ ରେ ଯୁବକ ମୃତ ଦେହ ଦେଖିବା କୁ ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତା ରେ ଯୁବକ ମୃତ ଦେହ କୁ ଉଦ୍ଧାର କରିଥିଲେ। ମୃତକ ପରିଚୟ ଜଳନ୍ଧର ମାଝୀ(୧୯) ବୋଲି ଜଣା ପଡିଛି। ଏହି ଘଟଣା କୁ ନେଇ ପୋଲିସ ତଦନ୍ତ ଜାରି ରହିଛି।
Edited by k.s thakur...



