ପଦ୍ମପୁର ଉପନିର୍ବାଚନ ର କଂଗ୍ରେସ ପାର୍ଥିଙ୍କ ରୋଡ଼ ସୋ ରେ ଯୋଗଦେଲେ ଓଡିଶା ପ୍ରଭାରୀ ଡ଼ ଚେଲ୍ଲାକୁମାର...

ପଦ୍ମପୁର ଉପନିର୍ବାଚନ ର କଂଗ୍ରେସ ପାର୍ଥିଙ୍କ ରୋଡ଼ ସୋ ରେ ଯୋଗଦେଲେ ଓଡିଶା ପ୍ରଭାରୀ ଡ଼ ଚେଲ୍ଲାକୁମାର...

ପଦ୍ମପୁର, ୨୯/୧୧ : ଓଡିଶା ପ୍ରଭାରୀ ସାଂସଦ ଡଃ ଏ ଚେଲ୍ଲାକୁମାର,ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ,ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପାର୍ଥି ସତ୍ୟ ଭୂଷଣ ସାହୁ  ପ୍ରମୁଖ ନେତୃବୃନ୍ଦ ଆଜି ପାଇକମାଳର ନୃସିଂହ ନାଥ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ।
   Ad..



ସେଠାରୁ ଓଡିଶା ପ୍ରଭାରୀ ଡ଼ ଚେଲ୍ଲାକୁମାର,ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା ବିଧାୟକ ସୁରେଶ କୁମାର ରାଉତରାୟ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ,କଟକ ଜିଲ୍ଲା କଂଗ୍ରେସ ସଭାପତି ମାନଶ ଚୌଧୁରୀ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ବାଙ୍କନିଧି ବେହେରା,ନିପନ ଦାଶ,ପ୍ରମୁଖ ବହୁ ନେତୃବୃନ୍ଦ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଯାଇ କଂଗ୍ରେସ ପାର୍ଥି ସତ୍ୟ ଭୂଷଣ ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଏହି ଶୋଭାଯାତ୍ରା ନୃଶିଙ୍ଘନାଥ ମନ୍ଦିର ପାଖରୁ ବାହାରି ପାଇକମାଳ ଦେଇ ଅମଥି,ଝାରବନ୍ଧ , ଡୁଙ୍ଗୁରିପାଲି,ଗଉଡ଼ମାଲ,ଜଗଦଲପୁର ଦେଇ ପଦ୍ମପୁର ପହଞ୍ଚିଥିଲା।ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ପୂର୍ବତନ ସାଂସଦ ସୁଶୀଳା ତିରିଆ,ବିଶ୍ୱଜିତ ଦାଶ,ଜାନକୀ ବଲ୍ଲଭ ପଟ୍ଟନାୟକ,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ,ପ୍ରକାଶ ମିଶ୍ର,ନାରାୟଣ ଜେନା,ଆଜାଦ ପତି, କାର୍ତ୍ତିକ କାଣ୍ଡି, ପ୍ରମୁଖ ହଜାର ହଜାର ସଂଖ୍ୟାରେ ଯୁବ,ମହିଳା,ଛାତ୍ର କଂଗ୍ରେସ ର କର୍ମକର୍ତ୍ତା ଓ ଶୁଭେଚ୍ଛୁ ଯୋଗଦେଇଥିଲେ।






(Report : Bijay ku sahu)

Edited by k.s thakur...

Post a Comment

Previous Post Next Post